STORYMIRROR

Jagabandhu Sahu

Others

2  

Jagabandhu Sahu

Others

ଶେଷ ଇଛା ମୋର ତୋର ସ୍ବର୍ଗ ଦ୍ବାର

ଶେଷ ଇଛା ମୋର ତୋର ସ୍ବର୍ଗ ଦ୍ବାର

1 min
2.5K


ଏହି ଦୁନିଆରେ ଜନ୍ମ ଦେଲୁ ଯଦି

ଅନାଥଟେ କିଆଁ କଲୁ

ପଦ ଦେଉ ଦେଉ ତୋର ଏ ସଂସାରେ

ଲୁହରେ ଭସେଇ ଦେଲୁ


ଭାସେ ଆଜି ଆମ ଜୀବନ ନଉକା

ଅକାତ ପାଣିରେ ଯାଇ

ଡାକି ଡାକି ଅାମ ତଣ୍ଟି ଯାଏ ସୁଖି

କେହିବି ଶୁଣନ୍ତି ନାହିଁ


କେମିତି କାଳିଆ ବସିଛୁ କହରେ

ରତ୍ନସିଂହାସନେ ତୁହିଁ

ଉଧାରିବା ପାଇଁ ଏ ଭବସାଗରୁ

ଆସିବୁ କିବା ତୁ ନାହିଁ


ଭୋକର ଜ୍ବାଳାରେ ଛଟ ପଟ ଦୁହେଁ

ଖାଇବାକୁ ଅର୍ଣ୍ଣ ନାହିଁ

କେତେ ଦିନରୁ ଯେ ଏ ଜଳ ମଧ୍ୟରେ

ତୋତେରେ ରହିଛୁ ଚାହିଁ


ହେଲେ ତୁ କାଳିଆ ଆସିଲୁନି ପାଖେ

ଅର୍ଣ୍ଣ ମୁଠେ ଦେବା ପାଇଁ

ଶେଷ ଅଳି ମୋର ତୋର ପାଦ ତଳେ

ସ୍ବର୍ଗ ଦ୍ବାରେ ନେବୁ ବହିଁ


ସ୍ବର୍ଗ ଦ୍ବାରେ ତୋର ଜଳିଲେ ମୋ ଯୁଇ

ଶେଷ ଆଶା ହେବ ପୂର୍ଣ୍ଣ

ସ୍ବର୍ଗ ଦ୍ବାରେ ରହି ମୁକ୍ତି ଲାଭିବାକୁ

ଭଜୁଥିବି ତୋର ନାମ


[ ପ୍ରେମ୍ କବି ଜଗବନ୍ଧୁ ସାହୁ ]

[ ଛଞ୍ଚାଣିଆ ପଲ୍ଲୀ ( ଗଞ୍ଜାମ ) ]


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍