STORYMIRROR

Sunanda Mohanty

Others

3  

Sunanda Mohanty

Others

ଶେଷ ଇଚ୍ଛା

ଶେଷ ଇଚ୍ଛା

1 min
216


କବିତାର ଶବ୍ଦ ସବୁ 

କାନ୍ଦୁଛି ଗୁମୁରି 

ଗଳ୍ପର ଚରିତ୍ରମାନେ 

କରନ୍ତି ଗୁହାରୀ 

ଫୁଲମାନେ ଫୁଟିବାକୁ

ହୁଅନ୍ତି ହାରିମାରି 

ପ୍ରଜାପତିଟା ଉଡ଼ୁନି 

ବସିଛି ମନମାରି 

ସମୁଦ୍ରରେ ଜୁଆର ନାହିଁ 

ହରିଣୀ ଖେଳୁଛି ପହଁରି 

ମୋ ନିଜ ନାଆରେ 

ମୁଁ ନୁହେଁ ବି ନାଉରୀ 

ହେଲେ ମୁଁ ବଂଚିବାକୁ ଚାହେଁ 

ବଂଚାଇବାକୁ ଜୀବନ ସବୁରି 

କିଛି ନ ହେଲେ ବି 

ମୋ ଆଧା ଉପନ୍ୟାସ 

ପୁରା ତ ପାରିବି କରି  

ଆଉ ସଭିଏଁ ପଢି ତାକୁ 

ନିଶ୍ଚୟ ନେବେ ଆଦରି 

ସଭିଙ୍କୁ ରକ୍ଷା କର ହରି.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍