STORYMIRROR

Bunee Tripathy

Others

2  

Bunee Tripathy

Others

ଶେଷ ଇଚ୍ଛା

ଶେଷ ଇଚ୍ଛା

1 min
17

ନିଜ ସୁଖ ପାଇଁ ଚାଲିଗଲ ତୁମେ

     ଧରି ଆଉ କାହା ହାତ

ଆଉ କେ ସାହାରା ଦେବାପାଇଁ ମୋତେ

      ବଢାଇଲା ଯେବେ ହାତ।

ଈର୍ଷାରେ ଜଳୁଛ ଗରଳ ଗାଳୁଛ

      କହିକି ପାରିବ କିଆଁ

ଦୁଃଖର ସ୍ରୋତରେ ହଜିଥାନ୍ତି ଯେବେ

      ଖୁସିରେ ଜାଳନ୍ତ ନିଆଁ।

ଆଖିରୁ ଲୋତକ ବହୁଥାନ୍ତା ଯେବେ

      ହସୁଥାନ୍ତ ମନଖୋଲି

କେଡେ ନିରିଦୟ ହୃଦୟଟା ତୁମ

     ପଥର ଚଟାଣ ପରି।

ହାତ ଧରି ତୁମେ କଥା ଦେଇଥିଲ

      ଚଲା ବାଟ ସାଥି ହେବ

ହାତ ଛାଡିଦେଇ ଅଧାରୁ ଖସିଲ

     ଏହି ତ ତୁମର ଭାବ।

ଦୁଃଖ କରୁନାହିଁ ମନକୁ ବୁଝାଇ

     ରହିଛି ରହିବି ମୁହିଁ

କାହା ସୁଖରେ ମୁଁ ବାଧା ଦେବିନାହିଁ

     ନୀରବି କାନ୍ଦିବି ରହି।

ଭଲପାଇଥିଲି ତୁମକୁ ହେ ପ୍ରିୟ

      ରଖିବ ମୋ ଶେଷ କଥା

ଚାଲିଯିବି ଯେବେ ଏ ଦୁନିଆଁ ଛାଡି

     କରିବନି ମନେ ବ୍ଯଥା।

ସମାଧି ପାଖରେ ଥୋଇଦେବ ସାଥି

     ଲାଲ ଗୋଲାପର ଫୁଲ

ସେହିଦିନ ଯାଇ ମୁଁ ମୋକ୍ଷ ପାଇବି

     ଦୁଃଖିନୀ ଜୀବନ ମୋର।

ପାଇଲିନି ସିନା ସିନ୍ଦୁର ତୋ ଠାରୁ

      ଦୁଃଖ କରିବିନି କେବେ

ତୋ ଭାଗ୍ଯରେ ମୁଁ ଲେଖାତ ନଥିଲି

      ପାଇବି କେମିତି ତୋତେ।

ଯାହା ହାତଧରି ସଂସାର ପଥରେ

      ଚାଲିବାର ପଣ କରିଛ

ସୁଖର କୋଳରେ ରହି ହସୁଥାଅ

     ଏତିକି ମୋ ଶେଷଇଚ୍ଛା।

ଏହି ମୋର ଅଟେ ଅନ୍ତିମ ନିଷ୍ପତ୍ତି

      ପାରିବ ଯଦିତ ରଖି

ଯେଉଁଠି ବି ଥାଏ ଆନନ୍ଦିତ ହେବି

      ଏହି ମୋର ଶେଷ ସାକ୍ଷୀ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍