ଶେଷ ଚିଠି
ଶେଷ ଚିଠି
ପୂଜନୀୟା ମାଆ!
ଓଳଗି ହେଲି
ଡାକ୍ତର କହିଦେଲେ ତ ମୁଁ ଝିଅଟେ ବୋଲି !
ବଞ୍ଚିବାକୁ ଦେବୁ କି ମୁଁ ଫୁଲ ପରି ଫୁଟିବି !
ତୋ ଅଗଣା ଆକାଶରେ ଜହ୍ନ ପରି ହସିବି !
ଆସିବାକୁ ଦେବୁ ଯଦି ଏ ଦୁନିଆ ଦେଖିବି !
ପ୍ରଜାପତି ପରି ତୋର ବଗିଚାରେ ଉଡ଼ିବି !
ନିଷ୍ଠୁର ହେବୁ କି ମାଆ ଅବା ହେବୁ ଜଡ଼ !
ପୁତ୍ର ଆଶେ ଦଳି ଦେବୁ ମୋ ଜୀବନ କଢ଼ !
ଶୁଣିବୁ ତ ଅଳି ମୋର କିବା ହେବୁ ପାଷାଣ !
ତୋର ଇଚ୍ଛା ତୋର ସ୍ଵପ୍ନ କରିବି ମୁଁ ପୂରଣ!
ଦେଖିବାକୁ ଇଚ୍ଛା ତୋର ହସ ହସ ମୁହଁ !
ନିଜ ହାତେ ପୋଛିଦେବି ତୋ ଆଖିରୁ ଲୁହ !
ବାପାଙ୍କର ଜିଦ୍ ତୋର ମଉନ ସମ୍ମତି
ବୁଝୁଛି ଏତିକି ମୋର ଶେଷ ପରିଣତି l
କହିବିନି କହିବିନି ବଞ୍ଚିବାକୁ ଦିଅ
॥ଇତି॥
ତୁମର ଅଜନ୍ମା ଅବାଞ୍ଛିତ ଝିଅ !
