STORYMIRROR

jagabandhu sahu

Others

3  

jagabandhu sahu

Others

ଶେଷ ବିଦାୟ

ଶେଷ ବିଦାୟ

1 min
193

ପଡୁଥିବ ଖଇ    କଉଡି ସାଥିରେ

     ଶୁଭୁଥିବ ରାମ ନାମ

ଜାଣିବୁ ଲୋ ପ୍ରିୟା ସେଇ ଦିନ ମୋର

     ଶେଷ ହେବ ଏଇ ପ୍ରେମ


ସାଙ୍ଗ ସାଥି ମୋର   ବନ୍ଧୁ ପରିଜନ

   ଦେବେ ଲୋ ଶେଷ ବିଦାୟ

ଯାହା ନେବା କଥା ଆସି ମଶାଣୀକୁ

    କରି ତୁ ନେବୁ ଆଦାୟ


ଛ'ଖଣ୍ଡ କାଠରେ ଶୋଇ ଥିବି ମୁଁ ଲୋ

     ଧଳା ଚାଦରକୁ ଘୋଡି

ଆଣି ଥିବୁ ସାଥେ   ଅବିର ମୁଠାଏ

    ଦେବୁ ମୋ ମୁହେଁ ଅଜାଡି


ପ୍ରେମରେ ତୋହର ମରିଗଲି ବୋଲି

    କହିବୁନି କାହା ଆଗେ

ଛଳନା ହୃଦୟେ  ରଖି ଥିବୁ ତୋର

   ମୋ ପାଇଁ ଜାଗା ଟିକିଏ


Rate this content
Log in