STORYMIRROR

Bunee Tripathy

Others

4  

Bunee Tripathy

Others

ଶେଷ ଅଭିନୟ

ଶେଷ ଅଭିନୟ

1 min
161

ଜୀବନଟା ଏକ   ରଙ୍ଗମଞ୍ଚ ପରା

   ଆମେ ପରା କଳାକାର

ଉପର ବାଲାର  ନାଟକରେ ଆମେ

   ପାତ୍ରପାତ୍ରୀ ପରା ତାର।

ଦୁଃଖରେ କାନ୍ଦୁଛି   ସୁଖରେ ହସୁଛି

   ଏଇ ତ ଆମ ଜୀବନ

କେତେବେଳେ କେଉଁ    ଚରିତ୍ର ଆସିବ

    ପ୍ରସ୍ତୁତ ତ ପ୍ରତିକ୍ଷଣ।

ବୋଳା ହୁଏନାହିଁ     ରଙ୍ଗ ପରା ଏଠି

    କୃତ୍ରିମର ନାହିଁ ସ୍ଥାନ

ଘୋଷା ହୁଏ ନାହିଁ    ସଂଳାପ ଏଠାରେ

    ପୂର୍ବରୁ ଅଛି ଲିଖନ।

କେତେବେଳେ କେଉଁ   ଚରିତ୍ର ଆସିବ

     ସମୟ ତ ଦିଏ କହି

ତାହାରି ନିର୍ଦ୍ଦେଶେ    ନାଚି ଚାଲିଥାଉ

     ଲହୁଲୁହାଣ ତ ହୋଇ।

ଅଭିନୟ ସାରି      ଫେରିଯିବା ଆମେ

    ସେହି ଆମ ବାସସ୍ଥାନ

ମୃତ୍ଯୁର କୋଳରେ    ଶୋଇଯିବା ଆମେ

     ହୋଇବା ଆମେ ନିର୍ବାଣ।

ଛ'ଖଣ୍ଡି ବାଉଁଶ      ଶେଷ ଶଯ୍ଯା ଆମ

     ଶେଷ ସ୍ଥାନ ମୋ ମଶାଣି

ଜାଳିଦେବ ଅଗ୍ନି     ମାଟିର ପିଣ୍ଡକୁ

     ପାଉଁଶ ହେବାତ ପୁଣି।

ପଡିଯିବ ପରା     ଶେଷ ଯବନିକା

    ପରଦା ଉଠିବ ନାହିଁ

ଅଭିନୟ ଆମ      ସେହିଠାରେ ଶେଷ

     ଦେଖିବାକୁ ନାହିଁ କେହି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍