STORYMIRROR

Arati Sahoo

Others

3  

Arati Sahoo

Others

ଶେଫାଳୀର ଅନ୍ତ୍ଃବେଦନା

ଶେଫାଳୀର ଅନ୍ତ୍ଃବେଦନା

1 min
13.5K


ଏତେ ସରି ହେଲୁଣି ତୁ ଶେଫାଳୀ,

ତଥାପି ଖଣ୍ଡ ମଣ୍ଡଳରେ

ବିଞ୍ଚି ଦେଉଛୁ ସୌରଭ।

ନିଃଷ୍ପେସିତା ଅବନୀର ବିଗତ ପ୍ରାୟ ଯୌବନକୁ

କରି ଦେବାପାଇଁ ପୁନଶ୍ଚ ସୌନ୍ଦର୍ଯ୍ୟମୟୀ,

ଝଡି଼ଯାଉଛୁ ତୁ ଅକାଳେ ସକାଳେ।

ଆଉ ଗଭା ନାହିଁ କି କବରୀ ବି ନାହିଁ,

ନାହିଁ ମଧ୍ୟ କୃଷ୍ଣ ନାଗୁଣୀ ସଦୃଶ୍ୟ,

କଳ୍ପନାତୀତ ସୁଦୀର୍ଘ ବେଣୀ।

ତୋତେ କେହି ହେଲେ ସଜେଇବେ ନାହିଁ।

ବେଳ ମଧ୍ୟ ନାହିଁ କାହାର,

ତୋତେ ଗୋଟେଇ ନେବ, ଅଞ୍ଜୁଳି ଅଞ୍ଜୁଳି।

ଶୈଶବ ଆଉ ନିରୀହ ଶୈଶବ ହୋଇ,

ଲୀଳା ଖେଳା କରୁନାହିଁ, ବାଲିରେ ମାଟିରେ,

ଗଛରେ ଡାଳରେ,ପତ୍ରରେ ଫୁଲରେ।

ଇତସ୍ତତଃ, କଦବା କ୍ୱଚିତ୍ ତୁ ବିକାଶୁଛୁ,

ଅଲୋଡ଼ା ଅଖୋଜା ହୋଇ,

ଭାବୁଛୁ କି ଅନୁଢା ବାଳିକାଟିଏ,

ଗୁନ୍ଥି ପକାଇବ ନୟନାଭିରାମ ଗଜରାଟିଏ,

ଅର୍ପଣ କରିବ ଦେବ ଶିରେ?

ବୃଥା ଭାବନା ତୋର,

ଯା ଶେଫାଳୀ, ତୁ ବି ହୋଇଯା’,

ତିରୋହୀତା ଲୁକ୍କାୟିତା ।

ବେଦନାସିକ୍ତ ହୃଦୟକୁ ତୋର,

ଅନୁଭବ କରିବାକୁ ନାହିଁ ଦରଦୀ ହୃଦୟଟେ।

ରୂପ ମାଧୁରୀକୁ ସମ୍ମାନ ଦେବାକୁ

ନାହିଁ ଭାବୁକ ମନଟିଏ।

ଆଉ ଉତ୍ସର୍ଗ କରନା,

ନିଜ ଶୁଭ୍ରତା ନିଜ ପବିତ୍ରତା,

ଆଜିର ଏ ନର୍କାୟିତ ପୃଥିବୀରେ।


Rate this content
Log in