STORYMIRROR

Bijay Prusty

Others

3  

Bijay Prusty

Others

ଶେଫାଳୀର ଆତ୍ମକଥା

ଶେଫାଳୀର ଆତ୍ମକଥା

1 min
324


ଚାନ୍ଦିନୀ ଭିଜାଏ ଆକାଶର ଛାତି

ସରୋବରେ ଖେଳେ କଇଁ

ଦୃଷ୍ଟିର ସେପାଖେ ଲୁଚିଯାଏ ବର୍ଷା

ଦିଗବଳୟ ଦିଶେନାହିଁ I

କାଶତଣ୍ଡୀ ବଣ ଧବଳ ଶୋଭାରେ

ହଜିଯାଏ ଯେବେ ମନ

ଅଳସୀ ନଈର ନିର୍ମଳ ଜଳରେ

ମୁହଁ ଦେଖୁଥାଏ ଜହ୍ନ I

ମନର ଆବେଗ ବୋଲ ମାନେନାହିଁ

ଖୋଜୁଛି ବରଷା ରାତି

ଅନ୍ଧାର ରାତିରେ ସାଗର ଗର୍ଜନ

ଥରାଇ ଦେଉଛି ଛାତି I

ନୀରବି ଯାଇଛି ରାତିର କାହାଣୀ

ଅଭୁଲା ପ୍ରୀତିର ଗାଥା

ଝରିବା ଆଗରୁ ଶେଫାଳୀ ଲେଖୁଛି

ବ୍ୟଥାଭରା ଆତ୍ମକଥା I

          


Rate this content
Log in