ଶବରୀର ପ୍ରଭୁ ଭକ୍ତି
ଶବରୀର ପ୍ରଭୁ ଭକ୍ତି
ହେ ! ପ୍ରଜା ବତ୍ସଳ ପ୍ରଭୁ କୌଶଲ୍ୟା ନନ୍ଦନ
ତବ ଶ୍ରୀ ଚରଣେ ମୋର ସହସ୍ର ପ୍ରଣାମ ।
ଅପେକ୍ଷା ରତ ଏ ପ୍ରାଣ ଦିଅ ଦରଶନ
ପାପ ମୁକ୍ତ କର ପ୍ରଭୁ ଘେନ ନିିିିବେଦନ ।
ଯେସନେ ମୃଗୁଣୀ ଡାକ ଶୁଣିଣ ଶ୍ରୀହରି
କ୍ଷଣିିିକେ ଉଦ୍ଧାରିି ନେଲେ ଭକତ ବିଚାରି ।
ସେହି ରୂପେ ଶବରୀର ଅନ୍ତରର ଦୁଃଖ
ଫେଡିବା ପାଇଁକି ଅବତୀର୍ଣ୍ଣ ପଦ୍ମମୁଖ ।
ଦଶରଥ ନନ୍ଦନଙ୍କକୁ ସମ୍ମୁଖେ ପାଇଣ
ଅଶ୍ରୁଳ ନେତ୍ରେ ଶବରୀ ବୋଲେ ଆହେ ! ରାମ ।
ମୋ କୁୁୁଟୀର ଯୋଗ୍ୟ ନୁହେଁ ତୁୁୁମେ ଯେ ଈଶ୍ୱର
ମାତଙ୍ଗ ଶିଷ୍ୟ ଯେ ମୋତେ କଲେ ବହିଷ୍କାର ।
ଶରଣେ ରଖିଲେ ଋଷି ଦୟା ବହି ହୃଦେ
ମୁଁ ଅଛୁତ ଛୁଅଁ ନାହିଁ ପଡବ ବିପଦେ ।
ଅଭିମାନ କଣ୍ଠ ସ୍ଵର ଶୁଣି ସୀତା ପତି
ବୋଲନ୍ତି, ସଂସାରେ ନାରୀ ଶ୍ରେଷ୍ଠ ଆଉ ଶକ୍ତିିିି ।
ଜନ୍ମଦାତ୍ରୀ ଜାୟା ଭଗ୍ନୀ କେତେ ଯେ ମହିମା
କ୍ଷମାମୟୀ ଦାନଶୀଳା କି ଦେବା ଉପମା ।
କୁହ ମାତ ତୁୁୁମର ଯେ କି କଷ୍ଟ ହୃଦୟେ
ଶୁଣିଣ ବୋଲେ ଶବରୀ ରଖ ହେ ଆଶ୍ରୟେ ।
ମଦିରା ଆସକ୍ତ ବର ନ ବରି ଆସିଲି
ଏ ବିପିନ ଆଶ୍ରମରେ ନିଶ୍ଚିିନ୍ତେ ରହିିିଲି ।
ଗୋପନ ରହିଲା ମୋର ଆଦିବାସୀ ଜାତି
ଧିରେ ପ୍ରକାଶିତ ହେଲା ଜଗାଇଲା ଭୀତି ।
ଯେଉଁ ମାତଂଗ ଶିିଷ୍ୟଏଁ ମଣୁ ଥିଲେ ଶୁୁଦ୍ଧ
ଏହା ପରେ ଘୃୃୃଣା ସର ହୃଦେ କଲେ ବିଧ୍ୟ
ଶବରୀ ଯାତନା ଶୁଣି ଶ୍ରୀ ରଘୁ ନନ୍ଦନ
ଅଭିଶାପ ଦେଲେ ପ୍ରଭୁ ପଡ଼ି ରକ୍ତବର୍ଣ୍ଣ ।
ନିଚ୍ଚ ମନୋବୃତ୍ତି ଶିଷ୍ୟ ହରାଇବେ ବଳ
ସମ୍ମୁୁୁୁଖରୁ ଉଭାଇବ ଫଳ ପୟ ଜଳ ।
ଏମନ୍ତ ବୋଲିିି ବିଦାୟ ମେଲାଣି ମାଗିଲେ
ରୁହ ଦଶରଥ ସୁତ ଶବରୀ ବୋଇଲେ ।
ବର କୋଳି ପକ୍ୱ କଷା ମିଠା ଫଳ ଆଣି
ସମୀପେ ବସି ଚାଖିଣ ଭୂଞ୍ଜାଇଲା ପୁୁୁଣି ।
ଧନ୍ୟ ହେଲି ଧନ୍ୟ ହେଲି ଆହେ ! ସୀତା କାନ୍ତ
ତବ ଦରଶନେ ହେଲା ଏ ଜନ୍ମ କୃତାର୍ଥ ।
ଶେଷ ଆଶା ପ୍ରଭୁ ମୋର କରିିବ ପୁରଣ
ତୁମ ସ୍ମରଣେ ମୋହର ଯାଉ ଏ ଜୀବନ ।
ଶବରୀ ଭକ୍ତିରେ ପ୍ରଭୁ ହୋଇ ପ୍ରଫୁୁଲ୍ଲ୍ଲିତ
ବୋଲନ୍ତି ତୁୁୁମ ନିଷ୍ଠାରେ ହୋଇଲି ସନ୍ତୁଷ୍ଟ ।
ସର୍ବଦା ତୁମକୁ ସ୍ଥାନ ଦେଲି ମୁଁ ଚରଣେ
ତୁମ ପରି ଭକ୍ତ ନାହିଁ ଏଇ ଧରା ଧାମେ ।
ମାତା ରୂପେ ଶ୍ରେଷ୍ଠ ତୁୁୁମେେ ନୁହେଁ ତ ନଗଣ୍ୟ
ତୁମ ପ୍ରାଣ ସ୍ୱର୍ଗ ପାଇଁ ପାରିିିିଜାତ ସମ ।
ଏତେ ବୋଲି ଶବରୀକୁ କରିଲେ ମୁକତ
ଧନ୍ୟ ହୋଇଲା ଶବରୀ ଲିଭିଲା ଅଛୁତ ।
ଆହେ ଅନ୍ତର୍ଯ୍ୟାମୀ ତୁମେ ସର୍ବ ଚରାଚର
କେବେ କୌଶଲ୍ୟା ନନ୍ଦନ କେବେ ଚକ୍ରଧର ।
ଭକତ ଭାବରେ ବନ୍ଧା ତୁମେ ଦଇତାରୀ
ଦୋଷ କ୍ଷମି ପ୍ରଭାତୀକୁ ଭବୁ କର ପାରି ।
