Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Others

4  

KRUTIBAS NAYAK

Others

ଶବ୍ଦରୁ ସୃଜନ-2 : ଅନୁତାପ : ଗୀତି-କବିତା : ଦୁଃଖକୁ ଆଜି ମୁଁ ଆଦରି ନେଇଛି

ଶବ୍ଦରୁ ସୃଜନ-2 : ଅନୁତାପ : ଗୀତି-କବିତା : ଦୁଃଖକୁ ଆଜି ମୁଁ ଆଦରି ନେଇଛି

1 min
416



ଦୁଃଖକୁ ଆଜି ମୁଁ ଆଦରି ନେଇଛି ଅନ୍ଧାରକୁ ସାଥିକରି,

ନିରାଶ ବାଲିରେ ପାଦ ଥାପିଚାଲେ ଛାତିରେ କୋହକୁ ଧରି |(ଘୋଷା)


ଯାତନା ଯାହାର କପାଳରେ ଲେଖା ସେ ସୁଖ ପାଇବ କାହୁଁ ?

ଆଶାର ସପନ ଦେଖିବା ଆଗରୁ ଲିଭିଯାଏ ଚାହୁଁ ଚାହୁଁ |

ଲୁହରେ ପଖାଳେ ନିତି ମୋର ଆଖି ମନଟା ଯାଇଛି ମରି |

ଦୁଃଖକୁ ଆଜି ମୁଁ ଆଦରି ନେଇଛି ଅନ୍ଧାରକୁ ସାଥିକରି,

ନିରାଶ ବାଲିରେ ପାଦ ଥାପିଚାଲେ ଛାତିରେ କୋହକୁ ଧରି |(1)


କୁହୁଡ଼ି ପହଁରା ସରିଯାଇଛି ମୋ ଅନ୍ତରେ ଜଳୁଛି ନିଆଁ,

ଅତୀତକୁ ଆଉ ଝୁରିହେବି କିଆଁ ଭୁଲିଛି ନିଜର ନାଆଁ |

ଚାଲିଛି ମୁଁ ଏକା ଚାଲୁଥିବି ଏକା ହୃଦୟରେ ବିଷ ଭରି |

ଦୁଃଖକୁ ଆଜି ମୁଁ ଆଦରି ନେଇଛି ଅନ୍ଧାରକୁ ସାଥିକରି,

ନିରାଶ ବାଲିରେ ପାଦ ଥାପିଚାଲେ ଛାତିରେ କୋହକୁ ଧରି |





 


Rate this content
Log in