STORYMIRROR

Satyabati Swain

Others

3  

Satyabati Swain

Others

ଶବ୍ଦରେ ବେଦନା

ଶବ୍ଦରେ ବେଦନା

1 min
650


ଶବ୍ଦରେ ବେଦନା

ପ୍ରାଣରେ ବ୍ୟାକୁଳତା

ମନରେ ଥମ ଥମ ଭାଵ

ଛାତିରେ ଶୂନ୍ୟତା

ଖୋଜୁଛି ତୁମକୁ ହ୍ରଦୟ

ଆଖିର ଲୁଣିଆ ହ୍ରଦ ରେ

ଉବୁଟୁବୁ ପାଣି ।


ତୁମେ କୁଆଡେ ଗଲ

ଏଗାର ଦିନ ହେଲା!!!

କଣ ତା ଠିକଣା...

ସେ କେମିତିକା ଜାଗା...

ଧ୍ୱନି ବି ପହଞ୍ଚି ପାରେନି!!

ନଲେ କି ଶୁଣି ପାରନ୍ତନି

ମୋ ହୃଦୟ ଫଟା କାନ୍ଦ

ବିଦୀର୍ଣ୍ଣ ବେଦନା ଫର୍ଦ୍ଦ!!!


ଦେଖତ ଯାହାକୁ ଜନ୍ମ ଦେବ ବୋଲି

କି ଅପେକ୍ଷା କି ଉଲ୍ଲ ସିତ ଦିନ ଗଣା

ସେ ମାଟି ଛୁଇଁଲା

କିନ୍ତୁ ଛୁଇଁ ପାରିଲାନି

"ତୁମ ସେହ୍ନ,

ତୁମ ସ୍ପର୍ଶ ,ବାପାର ମମତା ।


ଦେଖ ତା କୁନି କୁନି ଆଖି

ଦେଖିଲ ତା ନାଲି ଗୁଲୁ ଗୁଲୁ ଓଠ

ପଦ୍ମ ଫୁଲ ପରି ହାତ

ଆମ ନବଜାତଏଗାର ଦିନର ଝିଅକୁ

ପାଗଳ ପରି ଲୁହ ଯାକ

ସାଇତି ରଖୁଥିଲା ଛାତିରେ

ବର୍ଷ ତଳେ ବିବାହିତ

ସଦ୍ୟ ସହିଦ ଯବାନର ପତ୍ନୀ।


କିଏ ଫେରାଇ ଦେବ ତାର

ବଉଳ,ଫଗୁଣ, ଅବିର

କିଏ ଦେବ ଆଣି ପୋଛା

ସୀମନ୍ତ ସିନ୍ଦୁର

ଲଂଗଳା ହାତକୁ ଦିପଟ ଚୁଡ଼ି

ହେଉ ପଛେ କମ୍ ଦାମ୍

ହଳେ ଝୁଣ୍ଟିଆ

ଏବଂ

କିଏ ଦେବ ତା କୁନି ଝିଅକୁ

ବାପାଟିଏ।


*ସତ୍ୟବତୀ ସ୍ଵାଇଁ,ମୀନୁ,ବାଳୁକୁଦା,ଜଗତସିଂହପୁର*

◆◆◆◆◆◆◆◆◆◆◆


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍