ଶବ୍ଦରାଗର ଅଞ୍ଜଳି
ଶବ୍ଦରାଗର ଅଞ୍ଜଳି
1 min
813
ପୁରସ୍କାର ପାଇଁ ଆଶା ମୁଁ ରଖେ ନି
ମୋ'ପ୍ରିୟ ପାଠକ
ମୋ'ନିଜର ଉପହାର !
ତାଙ୍କ ଲେଖନୀରୁ ଝରି ଯାଉଥିବା
ମୃଣାଳ ମନ୍ତବ୍ୟ
ମୋ'ପାଇଁ ଅଲିଭା ଗାର ।
ମନ୍ତବ୍ୟ ନୁହେଁ ସେ ମୃଣ୍ମୟୀ ମମତା
ପ୍ରେରଣା ପାର୍ବଣ
ପୁନର୍ବସୁ ପତାଞ୍ଜଳୀ ।
ଶବ୍ଦରେ ଶବ୍ଦରେ ଅର୍କରେ ଅର୍କରେ
ମର୍ମେ ମର୍ମେ ଦିଏ
ଶବ୍ଦରାଗ ର ଅଞ୍ଜଳି ।
ମୋ'କବିତା ଝର କବିତା ନୁହେଁ ସେ
ଆତ୍ମାରୁ ଆପ୍ଲୁତ
ଦିଗ୍ ବିଜୟୀ ଦିଗଙ୍ଗନା ।
ପରିବର୍ତ୍ତନର ପ୍ଲାବିତ ସୁଅରେ
ସ୍ନେହରେ ପ୍ରେମରେ
ସଜାଏ ନୂଆ ଦୁନିଆଁ ।
ପ୍ରତିଯୋଗିତାର ଏ ବଡ ସହର
ଦୁର୍ବାର ଦ୍ବନ୍ଦ୍ୱରେ
ସମ୍ମୋହନୀ ବିଭୀଷିକା ।
ଅକୀଞ୍ଚନ ମାତ୍ର ମୁଁ ପଳାସ ପତ୍ର
ଏ ମହା ଦୌଡ଼ରେ
ସଂଗ୍ରାମୀ ମଣିଷ ଏକା ।
Advertisement
v>
ସଂଗ୍ରାମ କରୁଛି ସଂଘର୍ଷ ବଳୟେ
ଆଶା ମୁଁ ରଖିନି
ପାଇବି ମୁଁ ପୁରସ୍କାର ।
ଅପେକ୍ଷା କରିନି ଆଙ୍କି ମୁଁ ଚାଲିଛି
ସୂକ୍ଷ୍ମ ମୋ' ତୁଳୀରେ
ବାଢିବାକୁ ସୁସଂସ୍କାର ।
କର୍ମ କରିଯିବି ନିରାଶ ନ ହେବି
ପାଠକଙ୍କ ପାଇଁ
ମୋ'କବିତା ଶୁଦ୍ଧ ଜଳ ।
ସେଇ ଶୁଦ୍ଧ ଜଳ ଅନ୍ୟ କିଛି ନୁହେଁ
ମୋ' କବିତା ଆଉ
କବିତାମୃତ କଲ୍ଲୋଳ ।
ସମ୍ମାନ ଆଶାରେ ପ୍ରତିଦ୍ବନ୍ଦ୍ବିତାରେ
ଦୌଡିବି ଦୌଡିବି
ସେ କଳ୍ପନା କଳ୍ପି ନାହିଁ ।
ଯେବେ ମୋ କବିତା ନିଃସ୍ୱାର୍ଥ ବନିତା
ସମ୍ମାନ ମିଳିବ
ଭାବିବାକୁ ବେଳ କାହିଁ !
ହେ ମୋର ପାଠକ ସମ୍ମାନ ରକ୍ଷକ
ଭାବରେ ଭାବରେ
ଶବ୍ଦ ଦୁଇ ଲେଖିଦେବ ।
ତାହା ହିଁ ସମ୍ମାନ ମୋ' ପାଇଁ ଅମ୍ଳାନ
ମରଣୋତ୍ତରେ ବି
ମୋ' ଜୀବନ ଧନ୍ୟ ହେବ ।