Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyajit Swain

Others

3  

Satyajit Swain

Others

*ଶବ୍ଦର ମାୟାଜାଲ*

*ଶବ୍ଦର ମାୟାଜାଲ*

1 min
289



ହେ କବି 

ତୁମେ ଭାରି ପାରିବାର 

ଦେଖେଇପାର ଅନେକ ଯାଦୁ 

ସମସ୍ତଙ୍କୁ କରିପାର ନିଜର ବଶୀଭୂତ ||


କରିପାର ଅନେକ ଚମତ୍କାର 

ସଭିଙ୍କୁ କରିପାର କିମିଆଁ 

ଭାଷା ଚାତୁରୀର ବନ୍ଧନରେ, 

ଅତି ସହଜରେ ପାଠକଙ୍କୁ ବାନ୍ଧିରଖିପାର ||


ମିଛମାୟା ଭରା ଏଇ ସଂସାରରେ 

ପ୍ରେମର ଅମୃତ ବାଣ୍ଟିଦେଇପାର 

ନିଜକୁ ତିଳତିଳ କରି ଜଳାଇ, 

ଦୁନିଆଁକୁ ଆଲୋକିତ କରିପାର ||


ତୁମେବି ଠିକ ଏକ ବୁଢିଆଣୀ ପରି 

ଥିରିଥିରି ହୋଇ ନିଜ କାମ କରିଚାଲ 

ସଭିଙ୍କ ଅଜାଣତରେ ନିତି ବୁଣୁଥାଅ, 

ଶବ୍ଦର ମାୟାଜାଲ ||





Rate this content
Log in