ଶବ୍ଦ ଆଉ ମୁଁ...
ଶବ୍ଦ ଆଉ ମୁଁ...
1 min
292
ସଂଘ୍ୟାହୀନ ମୁ ଯେ ବ୍ୟର୍ଥ ଶବ୍ଦଟିଏ
ଜାଣେନା ସାହିତ୍ୟ ଜ୍ଞାନ
କି ବଘାଣିବି ମୁ ସାହିତ୍ୟ ବେଦନା
ଭାଷାମଧ୍ୟେ ସାଜି ମିନ
ଅର୍ଧଭଗ୍ନାଂଶ ର ଶବ୍ଦଖଣ୍ଡ ନେଇ
କେମିତି ଲେଖିବି ବାକ୍ୟ
ରଫଫର୍ଦର କାଗଜ ଛାତିରେ
ଲେଖିଯେ ଚିରିଛି ଅସଂଖ୍ୟ
ଜୀବନଟା ଦ୍ଵନ୍ଦ କଣ୍ଟା ପାରିଜାତ
ଅଙ୍କାବଙ୍କାର ବନାନ
ଛନ୍ଦକପଟ ଯେ ଯୁକ୍ତାକ୍ଷର ସାଜି
ଛନ୍ଦିହୁଏ ତନୁ ମନ
ମନଗହନରେ ଗୁଞ୍ଜରିତ କରେ
ଶବ୍ଦର ବିବିଧ ଝଙ୍କାର
ହୁଏ ବାଟବଣା ହୋଇ ଆନମନା
ଛନ୍ଧା ତା ଶବ୍ଦ ଅଳଙ୍କାର
ଭାଷା ବ୍ୟାକରଣ ଅଝଟ କାରଣ
ଆସୁ ପଛେ ଯେତେ ବାଧା
ଶବ୍ଦ ବାରି ସିନ୍ଧୁ ମୁ ଯେ ତାରିବନ୍ଧୁ
ଶବ୍ଦ ବିନା ମୁ ଯେ ଅଧା
