STORYMIRROR

Geetanjali Prusty

Others

4  

Geetanjali Prusty

Others

ଶବ ବି ଗାଇବ ବୀରତ୍ୱ ଗାଥା

ଶବ ବି ଗାଇବ ବୀରତ୍ୱ ଗାଥା

1 min
364


ଭଗ୍ନସ୍ତୂପର ଶବଟିଏ ମୁଁ ଯେ

ଭଗ୍ନ ସ୍ତୂପର ଶବଟିଏ

କ୍ଷତି ଗ୍ରସ୍ତ ଏଇ ୟୁକ୍ରେନ ମାଟିର

ଅତ୍ୟାଚାରିତା ନାରୀଟିଏ ll


ରୁଷ ସେନାର ବଳତ୍କାର ଚାଲେ

ଶକ୍ତିହୀନ ମୋର ଶରୀରରେ

ଆଦେଶ ପାଳନ୍ତି ପତ୍ନୀମାନଙ୍କର

ନିର୍ଭୀକ ରୁଷୀୟ ପିଶାଚମାନେ

ଜଳ ବିନା ମୋର ଅବଶ ଦେହଟା

ମାଟି ମଟାଳରେ ଲୋଟିଯାଏ

ଭଗ୍ନ ସ୍ତୂପର ଶବଟିଏ ମୁଁ ଯେ

ଭଗ୍ନ ସ୍ତୂପର ଶବଟିଏ ll


କେମିତ ଚାଲିଛି ନାରକୀୟ କାଣ୍ଡ

ନର ସଂହାରର ହିଂସ୍ର ଲୀଳା

ମାନବ ବାଦର ଜଳାଞ୍ଜଳି ଦେଇ

ଦାନଵମାନଙ୍କ ଚାଳିଛି ମେଳା

ମାଆ ସମ୍ମୁଖରେ ଟଳି ପଡେ ଶିଶୁ

ଘନ ଘନ ବୋମା ମାଡ଼ରେ ଯିଏ

ଭଗ୍ନ ସ୍ତୂପର ଶବଟିଏ ମୁଁ ଯେ

ଭଗ୍ନ ସ୍ତୂପର ଶବଟିଏ ll


ଖାଦ୍ୟ ନାହିଁକି ପାନୀୟ ବି ନାହିଁ

ଔଷଧ ବିନା ମରନ୍ତି କେତେ

ଖଣ୍ଡ ଖଣ୍ଡ ହୋଇ ମାଟିରେ ମିଶୁଛି

ମାତୃଭୂମିର ଗାରିମା ଯେତେ

ଏଇ ଏ ମାଟିର ବୀର ସନ୍ତାନ

ଜେଲେନେସ୍କି ଲଢ଼େ ଯୋଦ୍ଧା ପ୍ରାୟେ

ଭଗ୍ନ ସ୍ତୂପର ଶବଟିଏ ମୁଁ ଯେ

ଭଗ୍ନ ସ୍ତୂପର ଶବଟିଏ ll


ଚାହିଁ ଦେଖୁଛନ୍ତି ବିଶ୍ୱ ଜନତା

ପାଜି ପୁଟିନର କି ଅହଂକାର

ଗଣ ହତ୍ୟା କରି ବିକଳାଙ୍ଗ କରି

କି ଅବା ପାଇବ ସେ ପୁରସ୍କାର

ଶବ ଉପରେ କି ସୌଧ ଗଢ଼ିବ

ବିଶ୍ୱେ ରଚିବ କୀରତି ସିଏ

ଭଗ୍ନ ସ୍ତୂପର ଶବଟିଏ ମୁଁ ଯେ

ଭଗ୍ନ ସ୍ତୂପର ଶବଟିଏ ll


ଶେଷ ରକ୍ତ ବିନ୍ଦୁ ଥିବା ଯାଏ ଦେହେ

ସଶକ୍ତ ସଂଗ୍ରାମ ରଚିବୁ ବୋଲି

ୟୁକ୍ରେନର ମୁଠାଏ ମାଟିରେ

ରକ୍ତ ନିଗାଡ଼ି ଖେଳିବୁ ହୋଲି

ଯୁବା ଠାରୁ ବୃଦ୍ଧ ସଭିଏଁ ପ୍ରସ୍ତୁତ

ପ୍ରତିହିଂସାର ବହ୍ନି ପ୍ରାୟେ

ଭଗ୍ନ ସ୍ତୂପର ଶବଟିଏ ମୁଁ ଯେ

ଭଗ୍ନ ସ୍ତୂପର ଶବଟିଏ ll


ଭୀରୁ ଭଳି ଆମେ ପାରିବୁନି ମରି

ଶବବି ଗାଇବ ଗୌରବ ଗାଥା

କ୍ଷୁଦ୍ର ହେଲେବି ଡରିନାହୁଁ ଆମେ

ଉର୍ଦ୍ଧ୍ଵେ ଉଠାଇ ବୀରତ୍ୱ ମଥା

ଚକ୍ଷୁରେ ଭରିଛୁ ଆଶାର ଆଲୋକ

ବିଜୟ କେତନ ଉଡିବା ଯାଏ

ଭଗ୍ନ ସ୍ତୂପର ଶବଟିଏ ମୁଁ ଯେ

ଭଗ୍ନ ସ୍ତୂପର ଶବଟିଏ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍