STORYMIRROR

Srinibas Mahalik

Others Tragedy

3  

Srinibas Mahalik

Others Tragedy

ଶାସ୍ତ୍ରୀୟ ଭାଷା

ଶାସ୍ତ୍ରୀୟ ଭାଷା

1 min
14.2K


ସଂସ୍କୃତ କନ୍ନଡ଼ ତାମିଲି ତେଲୁଗୁ

ମଲାୟଲମ ଓ ଓଡ଼ିଆ

ଶାସ୍ତ୍ରୀୟ ମାନ୍ୟତା ଏସବୁ ବିଜେତା

ଶୁଣିକି ଲାଗୁଛି ବଢ଼ିଆ..

ହେଲେ ଅଛି ଗୋଟେ ଅଡୁଆ..

ଓଡ଼ିଆ ଭାଷାକୁ କୁହନ୍ତିନି ଆମ

ଓଡିଶାର ପାଠ ପଢୁଆ ।।


ମାତୃଭାଷା ଛାଡ଼ି ଗୋରା ପ୍ରେମେ ପଡ଼ି

କୁହନ୍ତି ଇଂରାଜୀ ଭାଷା

ମାଆ ହାତ ରନ୍ଧା ଚକୁଳି ଛାଡିକି

ଖାଆନ୍ତି କିଣିକି ଦୋସା..

ମନେ ବା ବାନ୍ଧିଛି ବସା..

ମାଆଙ୍କୁ ଛାଡ଼ିକି ଶାଶୁଙ୍କୁ ପୂଜିଲେ

ମିଳେ ପରା ପରଶଂସା ।।


Rate this content
Log in