STORYMIRROR

JAMINEE JYOTI JENA

Others

3  

JAMINEE JYOTI JENA

Others

ଶାଶୂଘର କଥା ଶୁଣ....

ଶାଶୂଘର କଥା ଶୁଣ....

1 min
228

ଅଦ୍ଭୁତ ନିୟମ ସଂସାରର ଇଏ.... 


ଗଢିଲେ ବିଧାତା ଜାଣ... ବଖାଣିବି ଆଜି ଦୁଇ ପଦ କଥା


ଶାଶୂଘର କଥା ଶୁଣ...ବାପା ଘରେ ଝିଅ ରହି କି ପାରିବ


ଜୀବନର ଶେଷ ଯାଏଁ....


ଝିଅ ଜନ୍ମ ପରା ସଂସାର ଗଢିବା... ଏକଥା ଭୁଲି କି ହୁଏ


ଝିଅ ଆସେ ଯଦି.. ନିଜର ଘର ଛାଡି..... ହୁଏ ତାର ଶାଶୂଘର 

  

ପୁଅ ଯାଏ ଯଦି ଝିଅ ବାପଘର.... ହୁଏ ତା ଶଶୁର ଘର...

  

ଗଢିଛି ଦଇବ ଯୋଖି ଯୋଖି କଥା ଅଜୀବ ନିୟମ ତାର.... 

  

ବାପା ମାଆ ସିନା ଛାଡି ସେ ଆସଇ ପାଏ ଘର ପରିବାର...


ଶାଶୁ ଶଶୁର ବି ଦେବତା ସମାନ ଏକଥା ସବୁଠୁ ସାର ..


ନିଜ ମାଆ ଭଳି ସମ୍ମାନ ଯେ ଦେବୁ ଶାଶୁକୁ ତୋହର ଯେବେ


ଶାଶୁ ଠାରୁ ତୁ ପାଇବୁ ଫେରସ୍ତ ଝିଅର ସେନେହ ତେବେ....


ଶ୍ୱଶୁରକୁ ଦବୁ ବାପାର ଦରଜା ସମ୍ମାନେ ନ କରି ଉଣା..


ଝିଅ ଭଳି ତୋର ଯତନ କରିବେ... ଭୁଲିଯିବୁ ଘର ଅଗଣା....


କଥାରେ ଯେ ଅଛି ଦେଇଥିଲ ପାଇ... ଯୁଗ ଯୁଗର ଏ କଥା


ଶାଶୁ ଶଶୁରଙ୍କ ସେବା କଲେ ଯାଇ ପାଇବୁ ସ୍ୱାମୀର ଶ୍ରଦ୍ଧା..


ସ୍ୱାମୀ ସେବା କଲେ ସ୍ୱର୍ଗ ପ୍ରାପ୍ତି ଜାଣ.. ଏକଥା ଅକାଟ୍ୟ ସତ .


ତାଙ୍କ କଥା ଯଦି ମାନି ଚଳୁଥିବୁ ବିପଦେ ଧରିବେ ହାତ....


ନଣନ୍ଦର ଯଦି ମନ ବୁଝୁଥିବୁ.... ଦୁଃଖ ନ ଛୁଇଁବ ତତେ....

  

ଭାଉଜ ଭାଉଜ କହି ତତେ ସିଏ ଆଦର କରିବ କେତେ....


ଦିଅରକୁ ଭାବୁଥିବୁ ସାନ ଭାଇ.... କଥା ଶୁଣିବୁ ଯେ ତାର..

.

ସାନ ଭାଇ ଭଳି ରକ୍ଷା କରିବ ସେ ଆସିଲେ ବିପଦ ଘୋର..

.


ଦେଢ଼ଶୁର ଥିଲେ ନାଁ ନ ଧରିବୁ ନିୟମ ଯେ ଶାଶୁଘରର


ଓଢଣୀ ଢାଙ୍କି ଯେ ସଦା ରଖୁଥିବୁ..ଆଗେ ଥିବେ ଯଦି ତୋର...

  

ଶାଶୁଘର ତୋର ନିଜ ଘର ହେବ... ଜୀବନର ଶେଷ ଯାଏଁ..

.

ବାପ ଘର ଭଳି ଯତନ କରିବୁ.. ଜୀବନ ତୋ ଥିବା ଯାଏଁ.... 



Rate this content
Log in