STORYMIRROR

jagabandhu sahu

Others

3  

jagabandhu sahu

Others

ଶାଶୁଘର

ଶାଶୁଘର

1 min
208

ଝିଅ ଜନମଟା    ଦୁଇ କୁଳ ପାଇଁ

   ବିଧାତା ଲେଖିଛି ପରା

ହୃଦୟେ ତାହାର  ଦୁଇ କୁଳ ପାଇଁ

    ସ୍ନେହ ମମତାରେ ଭରା ।


ବାପାଘର ଖେଳ  ଅଳ୍ପ ଦିନ ପାଇଁ

    ମାଆ ଆଖିର ସେ ତାରା

ଭାଇ ବନ୍ଧୁ ପୁଣି    କୁଟୁମ୍ବକୁ ଛାଡି

    ଶାଶୁଘର ଯାଏ ପରା ।


ଶାଶୁଘର ଅଟେ  ତା ପାଇଁ ମନ୍ଦିର

    ସ୍ବାମୀ ଅଟେ ତା ଇଶ୍ବର

ଶାଶୁ ଶଶୁରଙ୍କୁ  ମାତା ପିତା ମଣି

    ଜୀବନ କରେ ସାକାର ।


Rate this content
Log in