STORYMIRROR

Ajit Kumar Raut

Others

4  

Ajit Kumar Raut

Others

ଶାଶୁ ବୋହୁର ଏ ପବିତ୍ର ପ୍ରେମ

ଶାଶୁ ବୋହୁର ଏ ପବିତ୍ର ପ୍ରେମ

1 min
252


ଶାଶୁ ବୋହୁର ପବିତ୍ର ପ୍ରେମଟି

ଜଗତକୁ ଶିକ୍ଷା ଦିଏ

ଶାଶୁଙ୍କ ପବିତ୍ର ମନର ଭିତରେ

ଝିଅର ସ୍ଥାନଟି ହୁଏ।୧।


ପ୍ରେମ ସ୍ନେହ ଶ୍ରଦ୍ଧା ଅଜାଡି ଦିଏଟି

ବୋହୁକୁ ଝିଅର ପରି

ସମସ୍ତ ସୁଖକୁ ଅର୍ପିତ କରଇ

ବୋହୁକୁ ଆଦର କରି।୨।


ଦୁଃଖିତ ନ ହେଉ ବୋହୁଟି ମୋହର

ଚାପି ଧରୁ ଥାଏ ନିତ୍ୟେ

ପୁଅକୁ କୁହଇ କିଛି ନ କହିବୁ

ଆଦର କରିବୁ ନିତ୍ୟେ।୩।


ଝିଅର ଶାଶୁର ଅତ୍ୟନ୍ତ ସରଳ

ଭାଷା ନାହିଁ ବର୍ଣ୍ଣିବାକୁ

ଝିଅ ପରି ମାନ୍ୟ ଦିଅନ୍ତି ବୋହୁକୁ

ବାକ୍ୟ ନାହିଁ କହିବାକୁ।୪।


ପ୍ରଭୁ ପଦେ ଭକ୍ତି ରଖନ୍ତି ସକଳେ

ସ୍ୱାର୍ଥର ନାହିଁଟି ସ୍ଥାନ

ଅତିଥି ସେବାରେ ଆଗୁଆ ସକଳେ

କରନ୍ତି ପ୍ରଭୁଙ୍କ ଗାନ।୫।


ଶାଶୁ ବୋହୁର ପବିତ୍ର ପ୍ରେମଟି

ଜଗତକୁ ଶିକ୍ଷା ଦିଏ

ଶାଶୁଙ୍କ ପବିତ୍ର ମନର ଭିତରେ

ଝିଅର ସ୍ଥାନଟି ହୁଏ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍