STORYMIRROR

Geetanjali Prusty

Others

3  

Geetanjali Prusty

Others

ଶାଶ୍ୱତ ଏ ଅନୁରାଗେ

ଶାଶ୍ୱତ ଏ ଅନୁରାଗେ

1 min
427


ଅନନ୍ତ କାଳରୁ ଚାହିଁ ମୁଁ ରହିଛି

ତୁମ ଆସିବାର ପଥ

ନିର୍ନିମେଷ ଚକ୍ଷୁ ପଲକ ପଡୁନି

ପ୍ରତୀକ୍ଷାର ନାହିଁ ଅନ୍ତ ।


ଆସିବାକୁ ଥିବା ତୁମ ପ୍ରତିଶ୍ରୁତି

ପ୍ରତାରଣା ଭଳି ଲାଗେ

ହେଲେବି ମୋ ମନ ଅବୁଝା ହୁଏନା

ଶାଶ୍ୱତ ଏ ଅନୁରାଗେ ।


ତୁମେ ତ କହୁଛ ତୁମେ ସର୍ବ ବ୍ୟାପୀ

ସବୁ ତୁମ ପ୍ରତିଛବି

କେମିତି କହିବି ପାରୁନି ମୁଁ ତୁମ

ଦରଶନ ଟିକେ ଲଭି ।


ତୁମେ ଦେଖାଇଛ ସଖା ଅର୍ଜୁନଙ୍କୁ

ନିରାକାର ବିଶ୍ୱ ରୂପ

ତଥାପି କାହିଁ ମୁଁ ଆଙ୍କି ପାରୁନାହିଁ

ଅରୂପରେ ତୁମ ରୂପ ।


ଏ ଦେହ ଦେଉଳେ ତୁମେ ଅଛ ବୋଲି

'ଗୀତା ' ରେ ପଢ଼ିଛି ଯେବେ

ତଥାପି କେବେମୁଁ ଲଭିନି ପରଶ

ଚେତନାର ଅନୁଭବେ ।


ଏତିକି ଗୁହାରି କରୁଛି ଶ୍ରୀହରି

ବିଚାର କରିବ ମୋରେ

ତଵ ଶ୍ରୀଅଙ୍ଗ ରେ ତୁଳସୀ ପରାଏ

ଲାଗୁଥିବି ନିରନ୍ତରେ ।


Rate this content
Log in