STORYMIRROR

Jyotirmoyee Mohanty

Others

3  

Jyotirmoyee Mohanty

Others

ଶାଶ୍ୱତ ଭାବନା

ଶାଶ୍ୱତ ଭାବନା

1 min
246

ଚାହିଁ ରୁହେ ଧର୍ମ ଅଧର୍ମକୁ

ନିରବେ ତୁମ ଅପଲକ ନୟନ

ପାପୀର ବିନାଶ ଆଉ

ଦୁଷ୍ଟର ସଂହାରେ ନିମନ୍ତେ 

ନିଅ ତୁମେ ନିଃସ୍ୱାର୍ଥ ଜନମ

ହେ ବିଶ୍ୱମୋହନ l


ନାସ୍ତିକେ ପାଷାଣ ତୁମେ

ଭକ୍ତର ଭାବ ବିନୋଦିଆ

ହେ ନନ୍ଦନନ୍ଦନ l


ଗୋଲକେ ଅଷ୍ଟସଖୀ

ଶ୍ରୀ କିଶୋରୀ ଯାହାର

ଚରଣେ ପୂଜନ୍ତି ମାଖି ଚନ୍ଦନ

ଯୁଗେ ଯୁଗେ ସେ ଯୁଗଳ ମୂର୍ତ୍ତିଙ୍କୁ

ମହାମନ୍ତ୍ରରେ ପାପୀଏ କରନ୍ତି ବନ୍ଦନ,

ହେ ଜଗନମୋହନ l


ଓଲଟା ବୃକ୍ଷର ମହତ୍ତ୍ୱ ଯିଏ ବୁଝେ

ବୃଥା ସଂସାର ମୋହମାୟାରେ ନପଡି

ତୁମ ଚଲା ପଥେ ସେ ପଥିକ ସାଜେ 

ହେ ପତିତପାବନ,

ପତିତ ଉଦ୍ଧାର କରି

ଜଞ୍ଜାଳମୟ ସଂସାର ନାଵର

ମଙ୍ଗକୁ ସଳଖି ଧରି,

ହାତଧରି ନେଇଯାଅ ସେପାରି...

ହେ ଗୋଲକ ବିହାରୀ l



Rate this content
Log in