Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Others

3  

Bijay Prusty

Others

ଶାରଦୀୟ ଗୀତି

ଶାରଦୀୟ ଗୀତି

1 min
352



ଆକାଶେ ଭାସୁଛି ସଫେଦ ବାଦଲ

ବରଷା ଯାଇଛି ଚାଲି

ଚତୁର୍ଦ୍ଦିଗେ ଆଜି ଖୁସିର ମହଲ

"ମା" ଆସୁଛନ୍ତି ବୋଲି I

ସବୁଜ ଶାଢୀରେ ସଜେଇ ହୋଇଛି

ସୁନ୍ଦର ଧରିତ୍ରୀ ରୂପ

କାଶତଣ୍ଡୀ ବଣେ ଖୁସି ମନାଉଛି

ଶରତର ରୂପକଳ୍ପ I

ସ୍ୱଚ୍ଛ ଜଳଧାରେ ହସି ଉଠିଲାଣି

ଅଳସୀ ନଈର ତନୁ

ଜହ୍ନ ସଫାକରେ ଆକାଶ ଅଗଣା

ଅହଂକାର ଭୁଲି ମନୁ I

ରାତିର ଅନ୍ଧାରେ ସାଗର ବେଳାରେ

ଗୀତପଦେ ଦେଲେ ଗାଇ

ସ୍ତବ୍ଧ ହୋଇଯାଏ ଲହଡିର ସ୍ୱର

ଆକାଶକୁ ରୁହେ ଚାହିଁ I

  


Rate this content
Log in