STORYMIRROR

Jayadeba Mahapatra

Others

3  

Jayadeba Mahapatra

Others

ଶାନ୍ତିରେ ଯିବି ମୁଁ ଶୋଇ

ଶାନ୍ତିରେ ଯିବି ମୁଁ ଶୋଇ

1 min
396


ଭାରତ ମାତାର ବୀର ସନ୍ତାନ ମୁଁ

ଅଟେ ମୁହିଁ ଭାରତୀୟ

ଯୁଦ୍ଧେ ମରିବାକୁ ଜନମିଛି ମୁହିଁ

ଏହି ମୋର ପରିଚୟ ।


ଦେହରୁ ମୋହର ଝରିଲେ ବି ଲହୁ

ଲୁହ ଝରାଇବୁ ନାହିଁ

ତୋ ଲୁହ ଝରିଲେ ସହିଦ ହେଇ ବି

ଶାନ୍ତି ମୁଁ ପାଇବି କାହିଁ ।


ମୋ ରାଣ ମାଆଲୋ ଆଉ ମୋ ବାଟକୁ

ରହିବୁନି କେବେ ଚାହିଁ

ସହିଦ ଖବର ପାଇଗଲା କ୍ଷଣି

ଦରାଣ୍ଡିବୁନି ତୁ ଭୂଇଁ ।


ବାପା ଭାଇ ଆଉ ଭଉଣୀକୁ ମୋର

ବୁଝେଇ ଦେବୁ ତୁ କହି

ଅଫେରା ରାଇଜେ ଯାଇଛି ମୋ ପୁଅ

ଶେଷ ଚିଠି ତାର ଏହି ।


ବୋହୂକୁ ବୁଝାଇ କହିବୁ ସେ ଜମା

କାନ୍ଦିବନି କଇଁ କଇଁ

ସହିଦ ବୀରର ଅର୍ଦ୍ଧାଙ୍ଗିନୀ ସିଏ

ମୁଣ୍ଡ ସେ ଦେବନି ନଇଁ ।


ଗାଁଆ ମଶାଣିରେ ଜଳିଯିବ ଯୁଇ

ଶାନ୍ତିରେ ଯିବି ମୁଁ ଶୋଇ

ବର ଗଛଟିଏ ଲଗେଇବ ତହିଁ

ଦେବ ସେ ଶୀତଳ ଛାଇ ।



Rate this content
Log in