ଶାନ୍ତିର ତୃତୀୟ ପୁରୁଷ
ଶାନ୍ତିର ତୃତୀୟ ପୁରୁଷ
ମୁଁ ଏ ବିଶ୍ଵରେ ନିଜର କରିବାକୁ କାହାକୁ ,
ଜାହିର କଲା ବେଳେ ସମ୍ପର୍କୀୟ ବୋଲି ,
ସମସ୍ତେ ହସି ହସି ଦୂରେ ଦୂରେ ଦୂର ଦିଗ୍ ବଳୟେ ମିଶିଗଲେ !
ଯେମିତି ସେମାନେ ଏଠି କେହି ବି ନଥିଲେ ,
ଖାଲି ବିଶ୍ୱରେ ଏକଲା ହେବାକୁ ମୁଁ ହିଁ ଥିଲି !
ସ୍ଥାବର , ଜଙ୍ଗମ , କୀଟା ଦି ପତଙ୍ଗ ।
ମୁଁ ଚାରିଆଡେ ମୋ ସମ୍ପର୍କୀୟଙ୍କୁ ଖୋଜିବାରେ ଲାଗିଲି !
କାହାକୁ କେମିତି ଏକ ଭିନ୍ନ ଭାବରେ ,
ସମସ୍ତେ ନିଜ ନିଜ କାର୍ଯ୍ୟରେ ବୋଧେ ବ୍ୟସ୍ତ ଥିଲେ !
ମୋ ଅସହାୟ ବୋଧରେ କେହି ତରଳି ନଗଲେ ,
ମୋ ଦୁର୍ବଳତାକୁ ଚିହ୍ନି ନପାରିଲେ ,
କିଏ କେଉଁ ଉପମାରେ ମୋତେ ବିଭୂଷିତ କଲେ !
ଯାହାର ଯେଉଁଠି ଅପାରଗ ପଣ ଥାଏ ,
ବାରମ୍ବାର ସେଇଠି ହିଁ ମଣିଷଟି ଲଢିବା ପୂର୍ବରୁ ହାରିଯାଏ !
ମୁଁ ହାରିଗଲି ସେଇ ଗୋଟିଏ ହରାଇବା ବୋଧରେ ,
ଆଉ ନିଜେ ହାରିବାର ଆଗତ ପୂର୍ବାନୁମାନ ରେ !
ଏବେ ସମସ୍ତେ ନୀରବ !
ସ୍ଥାବର , ଜଙ୍ଗମ ,କୀଟା ଦି ପତଙ୍ଗ ,
ନୀରବତା ହିଁ ବୋଧେ ଅନିବାର୍ଯ୍ୟ ଏକ ଯୁଗର ଅନ୍ତରେ ,
ଝଡ଼ର ପ୍ରଥମ ପଦକ୍ଷେପ ହିଁ ଶାନ୍ତି ,
ଆଉ ଶାନ୍ତି ହିଁ ଦିଏ ପରବର୍ତ୍ତୀ ଶାନ୍ତିର ପୂର୍ବାନୁସୂଚନା ,
ଏବେ ଏବେ ମୁଁ ବୋଧେ ଶାନ୍ତିର ତୃତୀୟ ପୁରୁଷ!! !
ଲଢ଼ୁଥିବା ଏହି ସମ୍ପର୍କ ଯୁଦ୍ଧରେ ।
