STORYMIRROR

Amulya Kumar Nayak

Others

3  

Amulya Kumar Nayak

Others

ଶାନ୍ତିର କପୋତ

ଶାନ୍ତିର କପୋତ

1 min
243


ଶାନ୍ତିର କପୋତ ଯା' ଉଡି ବାରେ

     ଗଣତନ୍ତ୍ର ବାର୍ତ୍ତା ନେଇ

ଦେଶେ ଦେଶେ ବୁଲି କହିବୁ ଗୁମୁରୀ

    ଭାରତ ପରି କେ' ନାହିଁ (୧)

୭୨ ବର୍ଷେ ପଦାର୍ପଣ କଲା

     ଗଣତନ୍ତ୍ର କରି ଦୃଢ

ବିଶ୍ୱ ଦରବାରେ ଦେଖେଇ ଦେଇଛି

     କିଏ ଅଛି ତା'ଠୁ ବଡ(୨)

ତିନିଶହ ପଞ୍ଚାନବେ ଧାରା ନେଇ

    ଲେଖାଅଛି ସମ୍ବିଧାନ

ଶହେ କୋଟି ଉର୍ଦ୍ଧ୍ୱ ଜନ ମାନସରେ

    ଆଜି ବି ଅଛି ଅମ୍ଲାନ(୩)

ଶାନ୍ତି,ମୈତ୍ରୀ,ପ୍ରଗତିର ପଥେ

    ଏ ଦେଶ ବଢାଏ ହାତ

ପିଙ୍ଗଳା ଭେଙ୍କୟା ତୂଳୀ ତଳ୍ପରେ

    ଉଡାଏ ତ୍ରିରଙ୍ଗା ନେତ(୪)

ମସ୍ତକରେ ହିମ, ପାଦ ଦେଶେ ଗଙ୍ଗା

     ଉତ୍ତରୁ ଦକ୍ଷିଣ ଯାଏ

ବୀର ପ୍ରସବିନୀ ଏ ଭାରତ ଭୂମି

     ଶାନ୍ତିର ଗୀତ ଗାଏ (୫)

ହିନ୍ଦୁ,ମୁସଲିମ୍,ଶିଖ୍,ଇସାଇ

    ମାନେନା ଏ ଦେଶ ଜାତି

ଗୋଟିଏ ତ୍ରିରଙ୍ଗା ତଳେ ମଥା ପାତି

    ବିଶ୍ୱକୁ ଯାଇଛି ଜିତି (୬)

ଅହିଂସାର ବୀଜ ବୁଣିଛି ଯେ'ଦିନୁ

    ଖଡ୍ଗର ଧାର ଲଣ୍ଡା

ଶତ ସୈନିକର ବଳ ତା'ର ପାଶେ

    ସାଜିଛି ଗୋଟିଏ ମେଣ୍ଢା (୭)

କେଉଁ ଦେଶ ବିକେ ଅଣୁ ପରମାଣୁ

    କିଏ ବିକେ ମାରଣାସ୍ତ୍ର

ଏ ଦେଶ ଯୋଗାଏ କୋଭାକସିନ୍

    ବଢେଇ ମୈତ୍ରୀର ହାତ (୮)

"ଜନଗଣ ମନ.."ଗାନ ଶୁଭୁଥିଲେ

    ଦେଶ ପ୍ରେମ ଜାଗିଉଠେ

ବନ୍ଦେ ମାଆ ତୋ ଚରଣରେ ଆଜି

    ଜୟ ହିନ୍ଦ୍ ଗାଏ କଣ୍ଠେ(୯)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍