STORYMIRROR

Shiba Charan Mahapatra

Others

3  

Shiba Charan Mahapatra

Others

ଶାନ୍ତି ତୁମେ କେତେଦୂରେ

ଶାନ୍ତି ତୁମେ କେତେଦୂରେ

1 min
915



ଚାତକିନୀ ମନ ନେଇ
ଦ୍ୱାର ପାଶେ ଠିଆ ହୋଇ
ରହିଛି ଏଯାଏଁ ମୁଁ
ତୁମ ଫେରିବା ପଥ କୁ ଚାହିଁ ...
କାଳେ ତୁମେ ଫେରିବ ଏସନ
ପଲ୍ଲବୀତ ଫଗୁଣ ଆମ୍ବ ବଉଳେ..
ରାଧା ବଲ୍ଲଭ ଦୋଳ ମେଲଣ ବେଳେ..
ଫଗୁ ଅବିର ହୋଲି ରଙ୍ଗ ର ଖେଳେ..
ଆଉ
ଏଇ ବିରହିଣୀ ଶୂନ୍ୟ ବୈରାଗ୍ୟ କୋଳେ...
ସଦ୍ୟଜାତ ଶାନ୍ତି ବାର୍ତ୍ତା ନେଇ
ସତେ କଣ
ମୋ ହୃଦୟରୁ ତୁମ ଲୁମ୍ବିନୀ ଏତେ ଦୂର..??
ନା ବିଗତ ପତ୍ର ର ଉତ୍ତର..
ନା କିଛି ଖୋଜ୍ ଖବର..
ଅବା
ଶାରୀପୂତ ସାଧନା ଶିଖର ରେ
ଛୁଇଁ ସାରିଛି ମୋକ୍ଷ
ଥିଲା ଯାହା ତାର
ଏକାନ୍ତ ଆଙ୍କାକ୍ଷା ଚରମ ପ୍ରାପ୍ତି ର...
ଖୁବ୍ ସହଜରେ ତ ତୁମେ କହିଦେଇ ଗଲ
" କାମନା ର ବିନାଶ ରେ ଦୁଃଖ ର ବିନାଶ "
ହେଲେ କେମିତି ଛାଡିବି..??
ମୋ ହୃଦ ଗଚ୍ଛିତ
ସ୍ନେହ-ପ୍ରେମ-ଭଲପାଇବା
ଅନେଶୋତ କାମନା ର ଗନ୍ତାଘର...
ଖାଲି ଥରୁଟିଏ କହିବ କି
ତୁମ ମୋକ୍ଷ ପ୍ରାପ୍ତି କି କାମନା ଅଂଶ ର ନଥିଲା..
ତୁମ ଶାନ୍ତି ଅନ୍ୱେଷଣ କି କାମନା ବଂଶର ନଥିଲା..
ତୁମ ଦିବ୍ୟତ୍ୱ ପ୍ରାପ୍ତି କି କାମନା ର ସାରାଂଶ ନଥିଲା..
ତେବେ
କିପରି ହୋଇବି ମୁଁ କାମନା ଶୂନ୍ୟ..??
କାମନା ବିହୀନ ଜୀବନ
ଜିଇଁବା ଟା ଏତେ ସହଜ ନୁହେଁରେ ଧନ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍