STORYMIRROR

Narayan chandra Senapati

Others

3  

Narayan chandra Senapati

Others

ଶାନ୍ତି ତୋର ନାଆଁ

ଶାନ୍ତି ତୋର ନାଆଁ

1 min
263

ସକଳ ଜୀବଙ୍କର ଆକାଂକ୍ଷିତ ଅଭୀପ୍ସା ତୁ

ପ୍ରତିଟି ପ୍ରାଣର ସ୍ପନ୍ଦନ ଉନ୍ମାଦନା ବି ତୁ

ପାଇବାକୁ ତୋର ସାନ୍ନିଧ୍ୟ

ଛୋଟ ଠୁ ବଡ଼ କର୍ମ ସବୁ କରିବାକୁ ହୁଏ ମାନବ ବାଧ୍ୟ

ସ୍ୱର୍ଗ,ମର୍ତ୍ତ୍ୟ ପାତାଳ ତ୍ରିଭୁବନକୁ

କରେ ସୂକ୍ଷ୍ମ ଅନୁସନ୍ଧାନ

ସମର୍ପେ ଶରୀର ମନ ପ୍ରାଣ

ତୋତେ କରେ ଅପରକୁ ଦାନ

ସତରେ ତ୍ୟାଗ,ସେବା ଧର୍ମର ତୁ ବିକଳ୍ପ ପ୍ରତିଫଳନ

ତୁ ସୁକୁମାରୀ କପୋତଟିଏ

ଶାନ୍ତି ତୋର ନାମ।


ସ୍ନେହ,ପ୍ରେମ,ମମତାର କଳ୍ପବୃକ୍ଷ ତୁ

ସତ୍ୟ,ଶାନ୍ତି,ଦୟା,କ୍ଷମାର ଉତ୍ପାଦନ ବି ତୁ

କରିବାକୁ ତୋତେ ଶାଶ୍ୱତ ପ୍ରେମ

କେବେ ବା ମାନବ କରେ ଅଖଣ୍ଡ ଯୁଦ୍ଧ

ଅସାମାଜିକ, ଅସଭ୍ୟ, ବ୍ୟଭିଚାରୀଙ୍କୁ କରିବାକୁ ଦମନ

କରେ ଆପ୍ରାଣ ଉଦ୍ୟମ

ସୃଷ୍ଟି କରିବାକୁ ଭ୍ରାତୃଭାଵ

ଆଙ୍କିବାକୁ ବିଶ୍ଵଭ୍ରାତୃତ୍ୱର ମାନଚିତ୍ର

ମୁଖେ ଧରି ଗାଉଥାନ୍ତି ସର୍ବେ

ବସୁଧୈବ କୁଟୁମ୍ବକମ୍

ସତରେ ତୁ ଏକତା ସଦ୍ଭାବର ପ୍ରିୟଦୂତ

ଶାନ୍ତି ତୋର ନାମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍