ଶାମ୍ବଦଶମୀ
ଶାମ୍ବଦଶମୀ
1 min
557
ଜୟ ସୂର୍ଯ୍ୟଦେବ ଜୟ ନିରାକାର
ଶାମ୍ବଦଶମୀ ବ୍ରତ କରନ୍ତି ନାରୀନର
କୃଷ୍ଣପୁତ୍ର ଶାମ୍ବ ତୁମ ପୂଜା କଲେ
କୁଷ୍ଠ ରୋଗରୁ ଶାପ ମୁକ୍ତ ହେଲେ
ସକଳ ଶକ୍ତିର ତୁମେ ଯେ ଆଧାର
ତୁମ ବିନା ଏ ସାରା ଜଗତ ଅନ୍ଧାର
ମାଆମାନେ ସନ୍ତାନର ମଙ୍ଗଳ ମନାସି
ଘରେ ଘରେ ପୂଜା କରୁଥାନ୍ତି ବେଶି
ତୁମକୁ ଚଢାନ୍ତି ତିଳ,ଜଳ ଆଉ ରାଶି
ଥରକୁ ଥର ପୂଜା କରୁଥାନ୍ତି ଆସି
ତୁମ ପୂଜାକରୁଥାନ୍ତି ସର୍ବେ ହେତୁକରି
ଘରେଘରେ ପ୍ରସ୍ତୁତ ଘଡଘଡି ତରକାରି
ପିଠାରେ ମହ ମହ ବାସେ ଘରେଘରେ
ସୂର୍ଯ୍ୟଦେବ ପୂଜା ପାଆନ୍ତି ଭକ୍ତିଅର୍ଘ୍ୟରେ
ଡକ୍ଟର ଝରଣା ଶତପଥୀ
ଭୁବନେଶ୍ବର
