STORYMIRROR

Kulamani Sarangi

Others

3  

Kulamani Sarangi

Others

ଶାଳୀକି ଯାତରା ନେଲେ

ଶାଳୀକି ଯାତରା ନେଲେ

1 min
408



(ପଲ୍ଲୀ କବିତା)


ଭାଲୁ ସଙ୍ଗେ ଭାବ କଲେ ରେ ସଙ୍ଗାତ

ସାର ରାମ୍ପୁଡା ଖାଇବା,

ଗାଁ'ଟାଉଟର ଲାଙ୍ଗୁଡ ଧରିଲେ

ସାର ହେବ ଫାଣ୍ଡି ଯିବା।


ନାଗସାପ ସଙ୍ଗେ ପୀରତି କରିଲେ

କାମୁଡାରେ ହେବୁ ମଡା,

ଦୁଷ୍ଟ,ଚୁଗୁଲିଆ ପାଲରେ ପଡିଲେ,

ଜିହଲକୁ ହବୁ ଭିଡା।


ପରପ୍ରୀତି ଦଗାଦିଆରେ ସଙ୍ଗାତ

ଚୋରା ପ୍ରେମେ ହେଲେ ବାଇ,

ଧରାପଡି ଦିନେ ପାହାର ଖାଇବୁ

ଯଥା ଓଲେଇ ବିଲେଇ।


ଓଧକୁ ତୁ ମାଛ ବାଛିବାକୁ ଦେଲେ

ପାଇବୁ ଖାଲି ପାଛିଆ,

ଅତି ନିଜରଙ୍କୁ କରଜ ଦେଲେ ତୁ

ମୂଳରୁ ବୁଡିବ ତାହା।


ଶାଳୀକି ଯାତରା ନେଲେରେ ସଙ୍ଗାତ

ବୁଦ୍ଧି ହବ ବାଟବଣା,

ଚୁଟିଆ ମୂଷାକୁ ପେଡିରେ ଥୋଇଲେ

ପେଡିକି କରିବ କଣା।


ବନିଶି କଣ୍ଟାରେ କେଂଚୁଆ ଗୁନ୍ଥିବା

କାମ ଯେବେ ଜଣାନାହିଁ,

ବାଳିଆ ଧରିବା ଚେରେଷ୍ଟା କରିଲେ

ଦେବାଳିଆ ଯିବୁ ହୋଇ।


କାଦୁଅ ବିଲରେ ଶେଉଳ ଧରିଲେ

ଚଟାପଟ ଯିବ ଖସି,

ସାଂସଦ ହୋଇଲେ ନେତା,ଲାଙ୍ଗୁଡରେ

ଜଡାତେଲ ଦିଏ ଘସି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍