STORYMIRROR

K. Nirmal

Others

2  

K. Nirmal

Others

ଶାଳୀ ପୁରାଣ (ବ୍ୟଙ୍ଗ ଢାଞ୍ଚାରେ)

ଶାଳୀ ପୁରାଣ (ବ୍ୟଙ୍ଗ ଢାଞ୍ଚାରେ)

1 min
494


ଗୋଲାପ ସୁନ୍ଦରୀ ରୂପ ଯେ ତାହାରି

ଦେଖିଦେଲେ ଫସିଯିବ,

ଆଖି ଠାର ତା'ର ଅଟେ ଖିଲିପାନ

ଇସାରାରେ ଫିଙ୍ଗିଦେଵ ।


ମୁହେଁ ଲିପିଷ୍ଟିକ ହାତରେ ଭେନିଟି

ଚକ୍ ଚକ୍ ଲାଗେ ସତେ,

ପାଉଡର ସତେ ମାଖିଥାଏ ମୁହେଁ

ଦୁନିଆରେ ଅଛି ଯେତେ ।


ସତର୍କ କଲାଣି ମୋ ଘରଣୀ ଏବେ

ଶାଳୀ ପିଛା ତୁମେ ଛାଡ଼,

ଜଗତ ଜାଣିଛି ଶାଳୀ ଅଧା ଘରବାଲୀ

କାହିଁକି ତୁମେ ବିଗିଡ଼ ।


ଶାଳୀର ଏବେ ଯବାନ ବୟସ

କିଛିଦିନ ପରେ ବାହାହେବ,

କିଛି କ୍ଷଣ ପାଇଁ ଭିଣେଇ ସମ୍ପକ

ତୁମେ କାହିଁ ଭାଙ୍ଗିଦେଵ ।


ନୂଆ ବରଷ ପାଇଁ ଆସିଛି ସେହି

ଆମ ଘର ଟିକେ ବୁଲି,

ଭିଣେଇ ପାଇଁ ସେ ଗ୍ରୀଟିନିସି ଆଣି

ଦେଖେଉଛି ସିଏ ଖୁଲି ।


ଘରଣୀ ମୋହର କହିଲା ସୁରାଗେ

ଲେଖିଛି କହଣ ଦେଖ ,

ଅତି ଯତ୍ନରେ ଖୋଲିଲି ଯେବେ

ଶାଳୀ ଆସିଲା ମୋ ପାଖ।


କହିଲା ଭିଣେଇ ପଡ଼ିବ ପଛରେ

ଆସ ଟିକେ କଥା ହେବା,

ଗୁପ୍ତ କଥା ଅଛି ତାହାରି ଭିତରେ

ଦେଖିଲେ ହେବତ କାବା ।


ଘରଣୀକୁ ମୁହିଁ କହିଲି ଶୁଣୁଛ

ସିମେଇ ଉପମା ଆଣି,

ଶାଳୀ ପାଇଁ ଆଜି ଇଲିସିର ଝୋଳ

ଭଲରେ ଦିଅ ତୋ ଛାଣି।


ଘରଣୀ ଗଲା ଯେବେ ମନେପଡ଼ିଲା

ଗ୍ରୀଟିନିସି ଗୁପ୍ତ କଥା,

ଅତି ସରାଗରେ ଖୋଲିଲି ଯେବେ

ହେଲା ମୋର ମୁଣ୍ଡ ବ୍ୟଥା ।


ଲେଖାଥିଲା ସେଠି ସାଧା କାଗଜରେ

ଅଧା ଘରଣୀ ତୁମର,

କେତେଦିନ ଆଉ ଭଉଣୀ ପଛରେ

ହୁଅ ନଟର ପଟର ।


ବାହାହୋଇ ମୋତେ ରଖ ଆଜି ତୁମେ

ସାଥିରେ ଆମ ଦୁହିଁଙ୍କୁ,

ସଉତୁଣୀ ହୋଇ ରହିବୁ ଦୁହିଁହେ

ସାତ ଜନ୍ମ ସଂସାର କୁ ।


ଡ଼ରିଗଲି ମୁହିଁ ଶାଳୀ କଥା ଶୁଣି

ଛାତିରେ ପକାଇ ଛିପ,

ଦେଖିଲା ବେଳକୁ ଖଟରେ ଶୁଇଛି

ଘରଣୀ କହୁଛି ଗପ ।


ଘରଣୀକୁ ଯେବେ ପଚାରିଲି ମୁହିଁ

ଶାଳୀ କୁଆଡ଼େ ଗଲା,

ଜବାବରେ ମୋର ଘରଣୀ କହିଲା

ନିଦ କଣ ଭାଙ୍ଗିଗଲା ।


ସପନ ରାଇଜେ ଶାଳୀ କଥା ସତେ

ଦେଖୁଥିଲି କେତେ ମୁହିଁ

କିଛି ସମୟରେ ଶାଳୀ ଫୋନ କରେ

ଆସି ପାରିବିନି ଭାଇ ।


ନୂଆ ବରଷ ରେ ନୂଆ ପ୍ରେମିକଟେ

ମିଳିଗଲା ମୋତେ ଆଜି,

ଆମ ଗାଁ ମନ୍ଦିରେ ବିବାହ କରିବି

ବୋହୂ ବେଶ ମୁହିଁ ସାଜି ।


ନୂଆ ବର୍ଷ ମୋର ଦୁଃଖରେ କଟିଲା

ଶାଳୀ କଥା ସବୁ ଭାବି,

ଶାଳୀ ପୁରାଣ କୁ ଏଇଠି ରଖୁଛି

ଗିଫ୍ଟ୍ ନେଇକି ମୁଁ ଯିବି ।



◆ କେ.ନିର୍ମଳ

◆ ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)

◆ Gmail :- nirmaln270@gmail.com



Rate this content
Log in