STORYMIRROR

Sangita Mishra Satapathy

Others

3  

Sangita Mishra Satapathy

Others

ଶାଗ

ଶାଗ

1 min
150


ଶାଗ ତ ଶାଗ,ଶାଗତ ଶାଗ

ପଖାଳ ସହ ଲାଗଇ ବାଗ

ମାଆ ହାତ ରନ୍ଧା ଶାଗ ଖରଡା

ଲାଗଇ ସତେ ଅମୃତ।

ଗରିବର ସେତ ରଖେ ମହତ

କୋଶଳା,କଳମ,ସଜନା

ଖଡା,ଲେଉଟିଆ ସୁନୁ ସୁନିଆ

ପିତା, ,ବଥୁଆ ମଦରଙ୍ଗା

ମେଥି,ସହ ପୁଣି ଥାଏ ପାଳଙ୍ଗ 

ଏଇମିତି ଶାଗ ଜାତି ଜାତିକା

ବାଡିରେ ଥିଲେ ନଥାଏ ଚିନ୍ତା

ଶାଗ ମୁଠେ ତୋଳି ଆଣଇ ମାଆ

ଖରଡି ବାଢଇ ଆନନ୍ଦ ଏ ଆହା

ପଖାଳ ସହିତ ଶାଗ ଖରଡା

ତା ସାଥେ ମିଶା ମା'ର'ମମତା

ଲାଗେ ସତେ ସ୍ବର୍ଗ ସୁଖ ପରିକା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍