STORYMIRROR

Purna chandra Rana

Others

2  

Purna chandra Rana

Others

ଶ୍ୱେତପଦ୍ମ

ଶ୍ୱେତପଦ୍ମ

1 min
856



ସରବନ ଗ୍ରାମ ଉତ୍ତର ଦିଗରେ

ଅଛି ପୁଷ୍କରିଣୀ ଶ୍ୱେତସୁନ୍ଦରୀ ,

ପ୍ରତି ପ୍ରାତଃକାଳେ ଶ୍ୱେତସୁନ୍ଦରୀରେ

ସ୍ନାନ କରନ୍ତି ଯେ ସୁନ୍ଦରୀ ପରୀ l୧


କଳା ମଚମଚ ଅମ୍ୱୁ ଦିଏ ଶୋଭା

ଶ୍ୱେତପଦ୍ମ ସଙ୍ଗେ ନୀଳ କୁମୁଦଃ ,

ସରସୀରେ ଶୋଭା ଦିଅନ୍ତି ଉଭୟେ

କିଏ କାହା ବିନା ନୁହେଁ ବିଚ୍ଛେଦ l୨


ସ୍ନାନ କରିବାକୁ ଶ୍ୱେତସୁନ୍ଦରୀରେ

ଆସିଥିଲେ ଦିନେ ଯୁଗଳ ପରୀ

ଦୁହିଁଙ୍କର ନାମ ଅଲଗା ଅଲଗା

ଜଣେ ବିଷ୍ଣୁପ୍ରିୟା ଜଣେ ଅପ୍ସରୀ l୩


ଅମ୍ବୁ ଛିଟା ମାରି ଖେଳୁଥିଲେ ଯୁଗ୍ମ

ପଡିଲା ନଜର ଶ୍ୱେତପଦ୍ମରେ,

ବିଷ୍ଣୁପ୍ରିୟା ବୋଲେ ଶୁଣ ହେ ଅପ୍ସରୀ

ତୋଳିବି ମୁଁ ପଦ୍ମ ନିଜ ହସ୍ତରେ l୪


ସନ୍ତରଣ କରି ଆଗକୁ ବଢିଲେ

ଶ୍ୱେତପଦ୍ମ ପାଇଁ ସୁନ୍ଦରୀ ପରୀ

ପହଞ୍ଚିଲେ ଯାଇ ନିଜ ଲକ୍ଷ ପଥେ

ନ ପାରିଲେ ଦୁହେଁ ପଦ୍ମକୁ ଧରି l୫


ପଦ୍ମ ଘୁଞ୍ଚୁଥିଲା ଆଗକୁ ଆଗକୁ

ଏହା ଦେଖି ଦୁହେଁ ହେଲେ ନିରାଶ

ନିରାଶ ହୋଇଣ ଫେରିଲେ କୂଳକୁ

ବୃଥା ହୋଇଥିଲା ତାଙ୍କ ପ୍ରୟାସ l୬


ନିଜ ବସ୍ତ୍ର ପିନ୍ଧି ଆସିଲେ ଯେ ଫେରି

କହିଲେ କାହାଣୀ ମହାରାଣୀଙ୍କୁ ,

ଅପ୍ସରୀ କହିଲେ ଆହେ ମହାରାଣୀ

ଶୁଣଶୁଣ ରାଣୀ ମୋ ବାର୍ତ୍ତାକୁ l୭


ଯାହା ଘଟିଥିଲା ସ୍ନାନ ସମୟରେ

ମହାରାଣୀ ଶୁଣି କରିଲେ ଦୁଃଖ,

ଏମିତି କାହାଣୀ ଘଟିଛି ମୋ ସହ

ଜଣେ ଦେଖେ ପୁଣି ଅନ୍ଯର ମୁଖ l୮


ବୋଲେ ବିଷ୍ଣୁପ୍ରିୟା ଆହେ ମହାରାଣୀ

କୁହ କୁହ ମତେ ଏହି ସତ୍ଯତା ,

କହିଲେ ଯେ ରାଣୀ ଶୁଣ ଶୁଣ ପରୀ

ଶୁଣ ତୁମ୍ଭେ ଏବେ ମୋ ବାରତା l୯


ଶ୍ୱେତସୁ୍ନ୍ଦରୀରେ ଶ୍ୱେତପଦ୍ମ ପାସେ

ଶୟନ କରନ୍ତି ନାଗ ଦେବତା

ପାଇବାକୁ ହେଲେ ସେହି ଶ୍ୱେତପଦ୍ମ

ପୂଜିବାକୁ ହେବ ଶହେ ସବିତା l୧୦


ଶ୍ୱେତପଦ୍ମ ପାସେ ଜଗି ରହିଥାନ୍ତି

ଲକ୍ଷ୍ୟ ସେନା ଆଉ ନାଗ ଦେବତା

ଶ୍ବେତପଦ୍ମ ପାଇଁ ଯିବ ନାହିଁ ପରୀ

ମନେ ରଖିଥିବ ମୋର ବାରତା l୧୧


ପୂର୍ଣ୍ଣଚନ୍ଦ୍ର ରଣା

ହାଟସିଂହାପୁର, ଯାଜପୁର



Rate this content
Log in