STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ସେତ ଭକତ ଭାବରେ ବନ୍ଧା

ସେତ ଭକତ ଭାବରେ ବନ୍ଧା

2 mins
176

ଆଉ ବାନ୍ଧନା 

ଆଉ ବାନ୍ଧନା ବାନ୍ଧନା ବନ୍ଧୁ ମୁଁ ତ ବନ୍ଧା ପଡିଛି 

ଭକତ ଭକତି ରଜ୍ଜୁରେ ମୁଁ ତ ବନ୍ଧା ହୋଇଛି

ଆଉ ବାନ୍ଧନା...।।


ନାରଦ ବାନ୍ଧିଲେ ନାମ କୀର୍ତ୍ତନରେ କରିଲେ ହୃଦୟେ ବନ୍ଦୀ

ପ୍ରହଲାଦ ଭକ୍ତି ଭୋଳେ ମୋତେ ହେଳେ ରଖିଲା ହୃଦୟେ ଛନ୍ଦି

ରାମ ଅବତାରେ ଗୁହକ ବାନ୍ଧିଲା ସବୁ ହୃଦେ ଗଲି ଦ୍ରବି

ଦ୍ଵାପରେ ବାନ୍ଧିଲା ଏମିତି ଦାରିଦ୍ର୍ୟ ସୁଦାମା ବ୍ରାହ୍ଣଣ ଭକ୍ତି

ମୁକୁଳି ପାରିନି ସେ ବନ୍ଧନୁ ବନ୍ଧୁ ଏବେ ବି ହୋଇଛି ବନ୍ଦୀ

ଆଉ ବାନ୍ଧନା...।।


ତୁଳସୀ ବାନ୍ଧିଲା ଶିଳା ହୋଇଗଲି ସୀତୟା ତ ଦେଲେ ଛନ୍ଦି

ବନବାସିନୀ ସେ ଶବରୀ ବାନ୍ଧିଲା ତା ଉଚ୍ଛିଷ୍ଟ ଥିଲି ଭୁଞ୍ଜି

ଗୋପେ ଗୋପାଙ୍ଗନା ପ୍ରମ ଜାଲେ ବନ୍ଧୁ ମୋତ ସେ କରିଲେ ବନ୍ଦୀ

ରାଧା ମୀରା ପ୍ରେମ ଭକତି ଭୋଳରେ ଏବେ ବି ବନ୍ଧା ପଡିଛି

ମୁକୁଳି ପାରିନି ଯୁଗେ ଯୁଗେ ଭକ୍ତ ଭକ୍ତିରେ ହୋଇଛି ବନ୍ଦୀ

ଆଉ ବାନ୍ଧନା... ।।


ଶ୍ରୀବତ୍ସ ବ୍ରାହ୍ମଣ ସତ୍ୟ ଭକ୍ତି ବଳେ ସହିଛି ଗୋଇଠା ମାଡ

ବିଭୀଷଣ ଭକ୍ତି ବଳେ ବନ୍ଧା ତେଣୁ ନାମ ଶରଣ ପଞ୍ଜର

ବାତ୍ସଲ୍ୟ ପ୍ରେମର ଭକତି ରଜ୍ଜୁରେ ଯଶୋମତୀ ଦେଲେ ବାନ୍ଧି

ଏ ସବୁ ବନ୍ଧନୁ ମୁକତି ପାଇଁକି ହେଲି ମୁଁ ଦାରୁ ମୂରତି

ଭାବି ଥିଲି ଆଉ ବନ୍ଧା ହେବି ନାହିଁ ବନ୍ଦୀରୁ ମିଳିବ ମୁକ୍ତି

ଆଉ ବାନ୍ଧନା...।।


ତଥାପି ସେଦିନ ବଳରାମ ଦାଶ ଭକ୍ତି ରଥୁ ନେଲା ଟାଣି

ନନ୍ଦିଘୋଷ ଛାଡି ଭକ୍ତି ବାଲି ରଥେ ବିଜେ କଲେ ଚକ୍ରପାଣି

ଯାଜପୁର ବନ୍ଧୁ ବନ୍ଧୁ ମହାନ୍ତିର ଭକ୍ତି କରି ଦେଲା ବାଇ

ଦାରୁ ଦିଅଁ ହୋଇ ସହି ନପାରିଲି କହ ମୁକ୍ତି କହ କାହିଁ

ଭକତ ଭକତି ମୂଳେ କି ଶକତି ଭକ୍ତି ବଳେ ଦିଏ ଛନ୍ଦି

ମୋତେ ବାନ୍ଧନା...।।


ଯବନ ଭକତ ପାଇଁ ବଡଦାଣ୍ଡେ ରଥ ମୋ ଗଲା ଅଟକି

ଦାଶିଆ ବାଉରୀ ଭକତି ନଡିଆ ପାଇଁ ହାତ ବଢାଇଛି

ଭକ୍ତି ଗୀତ ବଳେ ନିମାଇଁ ରାଜନ ମୋତେ ବନ୍ଦି କରିଅଛି

ଶ୍ରୀଚୈତନ୍ୟ ଦେବ ଭକ୍ତି ଦଉଡିରେ ମନ କୁ ମୋ ବାନ୍ଧି ଅଛି

ଦାରୁ ରୂପ ହେଲି ତଥାପି ଭକତ ଭକ୍ତି କରି ଦେଲା ବନ୍ଦି

ଆଉ ବାନ୍ଧନା...।।


ଯୁଗେ ଯୁଗେ ମୋତେ କରିଅଛି ବନ୍ଦୀ ଭକତ ର ନିଷ୍ଠା ଭକ୍ତି  

ଏବେ ଜାଣିଲିଣି ବାନ୍ଧିବ ପ୍ରଫୁଲ୍ଲ କାହିଁ ପ୍ରଭୁ ମୋର ଶକ୍ତି

କାହିଁ ସେହି ଭାଗ୍ୟ ତୋପଦ କିଙ୍କର ହେବାକୁ କି ମୁହିଁ ଯୋଗ୍ୟ

ଏଡେବଡ ଭାଗ୍ୟ ଦେବକି କାଳିଆ ତୁମ ଅଙ୍ଗେ ଲୀନ ହେବି

ଆଉ ବାନ୍ଧନା...।।



Rate this content
Log in