STORYMIRROR

Narayan chandra Senapati

Others

3  

Narayan chandra Senapati

Others

ସେଇ ତ କବି

ସେଇ ତ କବି

1 min
420


ବିଶୁ ମହାରଣାର ନିହଣ ମୁନରେ 

ଭାବନା କୁ ଖୋଳି ଖୋଳି 

ଗଢେ ସିଏ କାବ୍ୟର କୋଣାର୍କ,


ଚନ୍ଦ୍ର ବିଧୌତ ରଜନୀରେ ସ୍ନିଗ୍ଧ ଜ୍ୟୋତ୍ସ୍ନା ଆଣି

ହୃଦୟରେ ବୋଳି ବୋଳି

ଗଢେ ସେ ପ୍ରେମର ତାଜମହଲ,,


ଜ୍ଵଳନ୍ତ ଆଗ୍ନେୟଗିରିର ଉତ୍ତପ୍ତ ତାପ ଶୋଷି

ରକ୍ତକୁ ପ୍ରଜ୍ଵଳିତ କରି

ବୀର ଦର୍ପେ ଦିଏ ସେ ଶତ୍ରୁକୁ ଜବାବ,

  ସେଇ ତ କବି ।।


ଦୁଃଖ ଯନ୍ତ୍ରଣାରେ ଦଗ୍ଧ ହୋଇବି

ଲେଖନୀ ମୁନରେ ହସ ଖଞ୍ଜି

ନିଷ୍ପେସିଟକୁ କରେ ସେ ବିମୁଗ୍ଧ ବିଦଗ୍ଧ,


ଦିବା ସ୍ୱପ୍ନରେ ଆହୋରାତ୍ର ଭାସି ଭାସି

ମେଘ ମହ୍ଲାରକୁ ସାଥି କରି

ହୃଦୟର କାନଭାସରେ 

ଆଙ୍କେ ଯେ ପ୍ରୀତିର ରଙ୍ଗମମଲ,,


ମା ବାଗ୍ଦେବୀଙ୍କ ଆଖିରୁ କଜ୍ଜଳ ଆଣି

କଣ୍ଠରେ ଭକ୍ତିରେ ଭରି

ସ୍ମୃତି ଝର କଲମରେ ଲେଖେ ସେ ଜୀବନ ଗୀତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍