ସେଇ ସ୍ମୃତି ଆଉ ଥରେ ...
ସେଇ ସ୍ମୃତି ଆଉ ଥରେ ...
~ ୧ ~
ସେଇ ସ୍ମୃତି ପୁଣି ଥରେ ଆସ ମୋ ଜୀବନେ ।।
ପୁଣି ହସି ଉଠନ୍ତା ଖେଳନ୍ତା ଏ ଶୁଷ୍କ ଜୀବନ ।।
ଭରିଯାଅନ୍ତା ପ୍ରାଣ ,ଉସ୍ଛାହ, ନିଷ୍ପ୍ରାଣ ଜୀବନେ ।।
~ ୨ ~
କୁଆଡେ ଗଲା ସେଇ ଛୁଆବେଳ ସମୟ ??
କି ଆନନ୍ଦ, ହସ ,ଖୁସି ଆଉ ନିଶ୍ଚିନ୍ତ ମୁକ୍ତ ଜୀବନ ।।
କେତେ ଖେଳ କେତେ ସାଙ୍ଗ କେତେ ରଙ୍ଗ ଢ଼ଙ୍ଗ ।।
ବାଲି ଘର, ମାଟି ଖେଳଣା, କଣ୍ଢେଇ ନାଚ ।।
ନଟୁ ଖେଳ, ସେକା ସେକି, ବଲ ବ୍ୟାଟ ଖେଳ ।।
ତା ସଙ୍ଗେ ଚୋର ପୋଲିସ ଆଉ ଦୌଡା ଦୌଡ଼ି ।।
~ ୩ ~
କବାଡି ସାଙ୍ଗକୁ ପୁଚି ଆଉ ରଜ ଦୋଳି ଖେଳ ।।
ରୁମାଲ ଚୋରି କୁ ବହୁଚୋରି, କିତିକିତି ଘର ଖେଳ ।।
ଆହୁରି କେତେ ଖେଳ, ରାଜା ମନ୍ତ୍ରୀ ପ୍ରଜା ନାଟକ ।।
ସରେନି ମେଳଣ, ସରେନି ଯାତ୍ରା , ବାଘ ନାଚ ।।
ବାଇସ୍କୋପ ସହ ମାଜିକ ଶୋ , ଅନେକ ସର୍କସ ।।
~ ୪ ~
ଖରା ଛୁଟିରେ ଯାଉ , ଗାଁ ରେ ବିତାଉ ସମୟ ।।
କେତେ ବାଡ଼ି ,ଅଗଣା,ବଗିଚା ,ପୋଖରୀ କୂଳେ ।।
ହିଡ କରେ କରେ କେତେ ଯେ ଖଜୁରୀ ଗଛ ।।
ତାଳ,ନଡ଼ିଆ, ଆମ୍ବ,ପଣସ ପୁଣି ଜାମୁକୋଳି ଗଛ ।।
ପେନ୍ଥା ପେନ୍ଥା ସୁନେଲି ନାଲି ପାଚିଲା ଖଜୁରୀ ।।
ପୁଣି ପାଚିଲା ଆମ୍ବ ଜାମୁକୋଳି ସପୁରି ଆଉ ପଣସ ।।
~ ୫ ~
ଆହା କି ସୁନ୍ଦର ଧାନ, ମୁଗ, ବିରି କ୍ଷେତ ।।
ବାଉଁଶ ବଣେ ସୁଲୁସୁଲିଆ ପବନ ।।
କଁ କଁ ବାଜେ ବାଉଁଶ ଡାକେ ।।
ତା ସଙ୍ଗେ ସୁମଧୁର କୋଇଲି ଡାକ ।।
କଜଳପାତି ,ଘରଚଟିଆ କୁ ହଳଦୀ ବସନ୍ତ ।।
ଶୁଆ, ସାରୀ, ବଣି ଚଢେଇ, ବୁଲବୁଲ ।।
ଉଡି ବୁଲନ୍ତି ଏ ଡାଳେ ସେ ଡାଳେ ।।
ଚିରଚିର କୁହୁ କୁହୁ କରି ନାନା ଶବ୍ଦ ।।
କି ସୁନ୍ଦର !! ଆହା କି ମନୋହର ପ୍ରକୃତି ଦୃଶ୍ୟ !!!
~ ୬ ~
ଲିପା ପୋଛା ଧାନ ଖଳା ବାସନା ।।
ଭାଇ ଭଉଣୀ ସବୁ ସାଙ୍ଗ ହେଉ ମେଳ ।।
କଞ୍ଚା ତେନ୍ତୁଳି ଆଉ ପତ୍ରକୁ ଲୁଣ ଲଙ୍କା ଆଉ ଆମ୍ବ
କେତେ ଖାଉ ମଜା କରୁ ଗପସପ ର ପେଡି ଖୋଲୁ
ମିଠା ମିଠା ପଇଡ଼ ପାଣି ପୁଣି ପିଜୁଳି
ବାତାପି କମଳା ଆମ୍ବଡ଼ା ପେହେଡା
ବେଳେ ମିଠା ଖଟା କୋଳି ଆଚାର
ତା ସଙ୍ଗେ ଲୁଡ଼ୁ ତାସ ଖେଳ ଜମାଏ ଆସର
~ ୭ ~
ରଜ ବେଳେ କେତେ ରକମ ପିଠା ଆଉ ମିଠା
କାକରା ,ପୋଡ଼ ପିଠା ଛେନା ପୁର ପିଠା
କ୍ଷୀର ଚକୁଳି ପିଠା କୁ ଦେଶୀ ଶୁଦ୍ଧ କ୍ଷୀର
ଛୁଞ୍ଚି ପତ୍ର ପିଠା ଆଉ ଛେନା, ଦହି ,ଦେଶୀ ଘିଅ
ଆହା କି ମିଠା, ଭାରି ବଢ଼ିଆ ସୁଆଦିଆ
କେତେ ରଜ ଦୋଳି ଖେଳୁ ଆଉ ପଟା ଦୋଳି
ବାଉଁଶ ଦୋଳି, ପିଢ଼ା ଦୋଳି ତ ଟାୟାର ଦୋଳି
ପୋଖରୀ ଗାଧୁଆ, ଗୋଡ଼ ଖସଡ଼ା କୁ ଆଉ କଚଡ଼ା
ଡଙ୍ଗା ଆହୁଲା ଠେଲାଠେଲି ଆଉ କଇଁଫୁଲ ତୋଳା
ପୋଖରୀ ପହଁରା, ମାଛ ଧରା ଆଉ କଙ୍କଡା ଧରା ।।।
~ ୮ ~
ଗାଁ ଖାଦ୍ୟ କହିବି କଣ ? କି ସୁଆଦ କି ରସ ??
ମନେ ପଡେ ଯେବେ, ଗଡେ ଲାଳ ,ଝୁରେ ମନ ।।
ଯିଏ ଖାଇଛି ସେ ଜାଣିଛି, ମଲାଯାଏ ନ ଭୁଲେ ମନ ।।
ସକାଳ ଖିଆ ଚକୁଳି ପିଠା, କ୍ଷୀର, ଦହିଛେନା
ଚୁଡାଗୁଡ଼ ଖଇ ଉଖୁଡ଼ା,ବେଳେ ମୁଢି, ରୁଟି,ଭଜା
ଦିନଖିଆ ଗରମ ଭାତ, ଡାଲି, ଶାଗରେ ଶାଗ
କେତେ ରକମ ଶାଗ, ବାରମିଶା ଶାଗ, ସଜନା ଶାଗ,
ପୋଇ ଶାଗ,କୋଶଳା, ଖଡା ଲେଉଟିଆ, ସୁନୁସୁନିଆ
କଳମ ଶାଗ, ପିତା ଶାଗ, ଛୁଇଁ ଆଳୁ ବଢ଼ି ବାଇଗଣ ତରକାରି,
ସଂତୁଳା,ବାଇଗଣ ପୋଡ଼ା ସାଙ୍ଗ କୁ ଆଳୁ ଭରତା, ଆଳୁ ପୋଡା, ବଢ଼ି ଚୁରା, ଆମ୍ବ ଚଟଣି
ବେଳେ ରୋହୀ ,ଭାକୁଡ଼ ମାଛ ତରକାରି ବେଳେ
ଛୋଟ ମହୁରାଳି ବେଳେ କଣ୍ଟିଆ ପବତା ମାଛ ଭଜା,
ଚିଙ୍ଗୁଡ଼ି ତରକାରି ଅବା ଛେଚା, ବେଳେ ମାଛ ବେସର
ଆଉ ବେଳେ ଛତୁ ପତ୍ର ପୋଡ଼ା, ଆମ୍ବୁଲ ରାଇ, ଓଉ
ଉପର ବେଳା ପଖାଳ, ବଢି ଚୁରା, ଆଳୁ ଭଜା
ରାତ୍ରିବେଳା ରୁଟି ଅବା ଭାତ, ତରକାରି, ଡାଲମା,କ୍ଷୀର
~ ୯ ~
ଶୋଇଲା ବେଳେ କେତେ ଗପ କାହାଣୀ ଗୀତ !!
ଥଟ୍ଟା ମଜା ଅନ୍ତାକ୍ଷରି ଆଉ ଢଗଢମାଳି !!
ତା ସାଙ୍ଗକୁ କିଛି ଜଣା ଅଜଣା ପ୍ରଶ୍ନୋତ୍ତର !!
ସ୍ମୃତିରୁ ସାଉଁଟି ଆଣିଲି ଆଜି କିଛି !!!
ନ ପାଏ ଜାଗା ଏଠି, ରହିଗଲା ଆହୁରି କିଛି
ଭୁଲି କି ପାରିବ ସେ ଅପୂର୍ଵ ସୁଖଦ ସ୍ମୃତି ??
ପୁଣି ଥରେ ଆସ ତୁମେ ନେଇ ସେଇ ସ୍ମୃତି ......
( © ଧରିତ୍ରୀ ମଲ୍ଲିକ୍ , ଭୁବନେଶ୍ୱର )
