STORYMIRROR

Sasmita Choudhury

Others

3  

Sasmita Choudhury

Others

ସେଇ ସିନ୍ଦୂର ବିନ୍ଦୁ

ସେଇ ସିନ୍ଦୂର ବିନ୍ଦୁ

1 min
331


ଯେଉଁ ଟୋପେ ନାଲି ସିନ୍ଦୂର ବିନ୍ଦୁ 

ବଦଳାଇ ଦିଏ ନାରୀ ଜୀବନର 

ବାଧା ବନ୍ଧହୀନ ଉଜାଣି ଯମୁନା ଧାରା, 

ପର କରି ଦେଇ ରକ୍ତ ସଂପର୍କ

ସୁହାଗକୁ ମଣେ ଉଜ୍ଜ୍ବଳ ଭାଗ୍ଯ ତାରା। 

  ସେଇ ସିନ୍ଦୂର ବିନ୍ଦୁ..., 

  ଯୋଡିଦିଏ ନୂଆ

  ସଂପର୍କର ରାହା

  ଅଚିହ୍ନା ପାଲଟେ ବନ୍ଧୁ। 


ଏଇ ସିନ୍ଦୂର ବଜାୟ ରଖିବା ପାଇଁ 

ସାବିତ୍ରୀ ବି ଦିନେ ସ୍ବାମୀ ପ୍ରାଣ ସହ

ଅନୁସରି ଯମରାଜ, 

ସ୍ବଦେହରେ ଗଲେ ସ୍ବର୍ଗ ପୁରକୁ ଧାଇଁ। 

   ସେଇ ସିନ୍ଦୂର ବିନ୍ଦୁ..... 

   ସତୀତ୍ବର କିର୍ତ୍ତୀ

   ଅତୁଟ ରଖିଲା 

  ଫେରି ପାଇ ପ୍ରାଣ-ବନ୍ଧୁ। 


ଏଇ ସିନ୍ଦୂର କୁଆଁରୀ ପାଇଁ କି

ସ୍ବପ୍ନର ଏକ ସାହାନାଇ ସ୍ବରାଞ୍ଜଳି, 

କାହା ଲାଗି ଚିର ସ୍ବପ୍ନ ଏ ସାଜେ

ବୟସୀ ମନକୁ କେବେ ଦିଏ ପୁଣି ଜାଳି। 

  ସେଇ ସିନ୍ଦୂର ବିନ୍ଦୁ.... 

  ଯାହା ଲାଗି ସତୀ 

  "କନ୍ୟାକୁମାରୀ "

   ସାକ୍ଷୀ ଅଛି ପରା ସିନ୍ଧୁ। 


ସିନ୍ଦୂର ନାଇ ଯେ ଧରା ଛାଡି ଯାଏ 

ପରମ ସୌଭାଗ୍ୟବତୀ, 

ସିନ୍ଦୂର ଯାହା କପାଳରୁ ଲିଭେ

ତା' ଲାଗି ଏ ଧରା ନିଃସ୍ବ ନିଶାଣ କ୍ଷିତି। 

   ସେଇ ସିନ୍ଦୂର ବିନ୍ଦୁ.... 

   ପୁରୁଷକୁ କରେ

   ପ୍ରେମ ଅନୁରାଗୀ

   ପରିଣିତା ପ୍ରୀତି-ଇନ୍ଦୁ। 


ଏ ସିନ୍ଦୂର ଟୋପେ ଜୀବନର ଏକ 

ଶୃଙ୍ଖଳିତ ସୀମାରେଖା, 

ପବିତ୍ର ପ୍ରେମର ପାବନ ପ୍ରତୀକ 

ବିଶ୍ବାସର ଏକ ଅମଳିନ ଦୀପ୍ତ ଟୀକା। 

  ସେଇ ସିନ୍ଦୂର ବିନ୍ଦୁ...., 

  ଧାର୍ଯ୍ୟ ହେଉ ପ୍ରତି 

  ସାମନ୍ତିନୀ ଭାଲେ

  ଢାଳି ଦେଉ ପ୍ରେମ ମଧୁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍