Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Others

4.0  

Pranati Panda

Others

ସେଇ ସବୁ ଭିତରେ

ସେଇ ସବୁ ଭିତରେ

1 min
351


ସବୁ ସ୍ୱପ୍ନ କେବେ ସତ ହୁଏ ନାହିଁ

ସୀମାହୀନ ପ୍ରତୀକ୍ଷାରେ ,

ସବୁ ମେଘ କେବେ ଢାଳେ ନାହିଁ ଜଳ

ବସୁଧା ତପ୍ତ ସ୍ପର୍ଶରେ ।


ସବୁ ଆଶା କେବେ ପୁରଣ ହୁଏନି

ସ୍ମୃତିର ସଉଧ ତଳେ ,

ସବୁ ଯନ୍ତ୍ରଣାର ଉପଶମ ନୁହେଁ

ପଥିର ଚିକିତ୍ସା ବଳେ ।


ସବୁ ମଣିଷଙ୍କ ନଥାଏ କେବେହେଁ

ମଣିଷପଣିଆ ଭାବ ,

ସବୁ କଲମରେ ଲେଖି ହୁଏନାହିଁ

କ୍ଷତାକ୍ତର ଅନୁଭବ ।


ସବୁ ବାଲିଘର ଭାଙ୍ଗି ଯାଏ ନାହିଁ

ଉତ୍ତାଳ ଉର୍ମି ତରଙ୍ଗେ ,

ସବୁ ଅପେକ୍ଷାର ଅନ୍ତ ହୁଏ ନାହିଁ

ଅଭିମାନ ଘେନି ସଙ୍ଗେ।


ସବୁ ମନ୍ଦିରର ଶଙ୍ଖର ଧ୍ବନିରେ

ନଥାଏ ଶ୍ରୀକ୍ଷେତ୍ର ଭାବ ,

ସବୁ ସଙ୍ଗୀତ'କି କର୍ଣ୍ଣକୁ ଲାଗଇ

ମଧୁର ଶୃତିର ରାଗ ??


ସବୁ ପ୍ରିୟଜନ ସାଉଁଟି ନଥାନ୍ତି

ବିଳପିତ ହୃଦୟକୁ ,

ସବୁ ଆତ୍ମୀୟଙ୍କୁ ସୁଯୋଗ ମିଳେନି

ଯିବା ପାଇଁ ଶ୍ମଶାନକୁ ।

     


Rate this content
Log in