STORYMIRROR

Smruti Ranjan Tripathy

Others

3  

Smruti Ranjan Tripathy

Others

ସେଇ ଲଘୁଚାପ ବର୍ଷାରେ

ସେଇ ଲଘୁଚାପ ବର୍ଷାରେ

1 min
2.9K


ଶୀତ ସବୁଜର ଠୋପାଏ କାକର ବିନ୍ଦୁରେ କାହିଁ ତୁମ ଅସ୍ତିତ୍ଵ ଫିକା ଫିକା ଦିଶେ

ନୂଆ ନୁହଁ ଆମ ଭୌଗଳିକ ସୀମା ଆତ୍ମୀୟତାର ବାଡବତା ଡେଇଁ ,

କେଜାଣି କୋଉଠି ଘନେଇଲା , ଘଟିଲା ମୋ ଅସ୍ତିସାର ହୋଇ.

ଚାଷୀ ଖୋଜେ ତା ଭରା ଫସଲକୁ, ଉଜୁଡ଼ିବା ପାଇଁ ଦାୟୀ କିଏ

ଆମେ ତ ଆଦରି ନେଇଛେ ,ବାତ୍ୟା ଲଘୁଚାପ ସବୁ ତ ନିଜର,

କ୍ଷଣିକ ଆନନ୍ଦ ଶୁଖିଗଲା ପରେ ସବୁ ନିର୍ମାଲ୍ୟ ଦିଶେ....

ବୁକୁ ସିନା ଖୋଜେ କ୍ଷଣିକ ସ୍ପନ୍ଦନ ହୃତପିଣ୍ଡର ମଥା ଛୁଇଁ ..।

କଅ'ଣ ମିଳିବ ସେଥିରୁ, ଚାଲ ଖୁଣ୍ଟାଖୁଣ୍ଟି ହେବା ରେଶମ ନିବାସେ

ଓଃ !!ମୁଁ ଆଉ ତୁ ଅଳସ ଅବଶ ସେଇ ଲଘୁଚାପ ବର୍ଷାରେ ...

କିଏ କାହାକୁ ଦୋଷ ଦେବା ଯେ ,ଲେଖକ ବି ମୁରୁକି ହସିପାରେ

ହସିପାରେ ତା ଅନ୍ତରଙ୍ଗ ,ଚାଲ ଖୁଣ୍ଟାଖୁଣ୍ଟି ହେବା ରେଶମ ନିବାସେ

ଚାଷୀ ତ ଏମିତି ଜିଉଁଛି ଜଳି ଜଳି ଅବା ମରି ମରି, ସେଇ ଲଘୁଚାପ ବର୍ଷାରେ ...।

ଯା ନେଇଯାଅ କିଛି ଉଷୁମ ଡେଣାର ମଖମଲି ଶେଜ,,

ହଁ କଥା ଦିଅ, ପୁଣି ଯେବେ ସୂର୍ଯ୍ୟ ଉଙ୍କି ମାରିବ

ଫେରି ଆସିବ ତ??ମୋ ପାଖରେ ଥିବା ଅଜସ୍ର ସାମର୍ଥ୍ୟ ହୋଇ

ଓଃ!! ତୁମେ ପରା ଅଳସ ଅବଶ ସେଇ ଲଘୁଚାପ ବର୍ଷାରେ ...

ନହେଲେ ମୁଁ ଭେଦି ପାରିବିନି ତୁମ ଶିଶିର ସକାଳ ପାଚେରୀ ଡେଇଁ

ପ୍ରେମିକ ତ ଏମିତି ଜିଉଁଛି ଜଳି ଜଳି ଅବା ମରି ମରି, ସେଇ ଲଘୁଚାପ ବର୍ଷାରେ ...

ଫେରି ଆସିବ ତ?? ଆଉ ଏକ ସୂର୍ଯ୍ୟାଲୋକରେ .....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍