STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ସେଇ ଚିଲିକା

ସେଇ ଚିଲିକା

1 min
296

ନୀଳାମ୍ବୁ ଶୋଭିତ ସୁନାବ୍ୟା ସୁନ୍ଦରୀ

ଚାରୁଚିତ୍ର ମୟୀ ଚିଲିକା

ମରାଳ ମାଳିନୀ ଉତ୍କଳ କମଳା

ବିଳାସ ଦୀର୍ଘିକା ଚିଲିକା ।।


ଦୂର ଦିଗ୍-ବଳୟ ସୀମାନ୍ତ ବିସ୍ତୃତ

ମନଲୋଭା ଚିତ୍ର ଚିଲିକା

ନୀଳ ଦରପଣ ଗଗନ ବିମ୍ବିତ

ଅପରୂପମୟୀ ଚିଲିକା ।।


କୋଟି କୋଟି ଜଳଚର ଜନ୍ମଦାତ୍ରୀ

ପୂଣ୍ୟଗର୍ଭା ଦେବୀ ଚିଲିକା

ମଣିମୟ ରତ୍ନ ବୈଦୁର୍ଯ୍ୟ ଶାଳିନୀ

ରତ୍ନଗର୍ଭା ବାଳା ଚିଲିକା ।।


ମରତ ଭୂଇଁର ମାନସରୋବର

ରୂପକୁ ନିନ୍ଦଇ ଚିଲିକା 

ନିଶାପତି କୌମୋଦୀରେ କୁମୁଦିନୀ 

ଖେଳେ ତୋ ବୁକୁରେ ଚିଲିକା ।।


ଅସଂଖ୍ୟ ବୋଇତ ଭାସମାନ ଚିତ୍ର

ବହନ କରି ସେ ଚିଲିକା

ପରିବ୍ରାଜକର ମନ ଟାଣି ନିଏ

ଅନୁଢା ସୁନ୍ଦରୀ ଚିଲିକା ।।


ତା ତଟ ଦେଶରେ ମୋର ଜନ୍ମଭୂଇଁ

ଅଳଙ୍କୃତ କରେ ଚିଲିକା

କୁଞ୍ଚିକୁଞ୍ଚିକା ତା ପାହାଡ଼ ମାଳାରେ

ମଞ୍ଜୁଳ ଛବିଳ ଚିଲିକା ।।


ମୋ ଗାଆଁର ଶିରୀ ଚିଲିକା ସୁନ୍ଦରୀ

ଅପରୂପମୟୀ ବାଳିକା

ତା ଅମୀୟ ପ୍ରେମ ମୁଗ୍ଧ ମନ ପ୍ରାଣ

କରି ଦିଏ ସେହି ଚିଲିକା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍