STORYMIRROR

Chinmaya Kumar Nayak

Others

3  

Chinmaya Kumar Nayak

Others

ସେଇ ବଗିଚାଟିର କଥା

ସେଇ ବଗିଚାଟିର କଥା

1 min
138

ମୁଁ ଆଜି ଏକ ଆବଦ୍ଧ ସମ୍ଭାବନାଟିଏ

ଜୁଳୁ ଜୁଳୁ ହୋଇ ଦେଖୁଛି ସଭିଙ୍କୁ

ସେମାନେ ବି ମୋତେ ଦେଖି ପାରୁଛନ୍ତି ବୋଲି

ଦାବି କରି ବସନ୍ତି 

ସେମାନଙ୍କ ଅହଙ୍କାର ଭରା ଦମ୍ଭିଲା ଆଖିରେ,

କିନ୍ତୁ ସମୟର କାଚ ଘରେ

ମୁଁ ଆଜି ବାଧ୍ୟ ନଜର ବନ୍ଦୀଟିଏ

ବାସ୍, ମୋ ଶବ୍ଦ ମାନଙ୍କୁ ନେଇ

ମୁଁ ଲେଖି ଚାଲିଛି

ସଂକ୍ଷିପ୍ତ ଅଥଚ ସବୁଜ କବିତାଟିଏ

କେବଳ ମୋ ନିଜ ପାଇଁ। 


ସେମାନଙ୍କ ସ୍ୱଚ୍ଛ କବିତାର ସ୍ୱାକ୍ଷର ପାଇଁ

ମୁଁ ବୋଧେ ସାଜିଲି ବାଧକ

ଜୀବନ ମୋ ପାଇଁ କାଲି ବି ସବୁଜ ଥିଲା

ଆଜି ବି ସବୁଜ

ସେମାନଙ୍କ ପରି ମୁଁ କିନ୍ତୁ କେବେ ବଦଳାଇ ନାହିଁ ରଙ୍ଗ। 


କିନ୍ତୁ ମୋ ଅତୀତର ଡେଣାରେ

ସେମାନେ ଯେବେ ଲଗାଇଥିଲେ ନିଆଁ

ମୋ ଅସହାୟତାର ସ୍ୱର୍ଣ୍ଣ ସୁଯୋଗରେ

ମୁଁ କିନ୍ତୁ ଅନେକ କାନ୍ଦିଥିଲି

ମୋ ବନ୍ଦୀ ପାଇଁ ନୁହେଁ

ସେମାନଙ୍କ ବଦ୍ଧ ପାଗଳାମି ପାଇଁ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍