ସେଇ ବାଡ଼ିଖିଆ ବତେଇଥିଲା ଲୋ
ସେଇ ବାଡ଼ିଖିଆ ବତେଇଥିଲା ଲୋ
ଲୁଚେଇ ଲୁଚେଇ ଲୁହକୁ ପୋଛୁଚି
ଗାମୁଛା ହୋଇଲା ଓଦା
ସେଇ ବାଡ଼ିଖିଆ ବତେଇଥିଲା ଲୋ
ବସିଚି ଏଇନା ନିଦା !
ଗାରେଇ ପାରୁନି ସରମ ଲାଗୁଚି
ଅର୍ଥକୁ ମଗଜ ଊଣା
ସେଇ ବାଡ଼ିଖିଆ ବତେଇଥିଲା ଲୋ
କବିଟେ ଜବର ଗଣା !
ମୁହଁଟା ଲୁଚେଇ ଘରଟା ଭିତରେ
ବାହାର ଯାଉନି ଆଉ
ସେଇ ବାଡ଼ିଖିଆ ବତେଇଥିଲା ଲୋ
ପରକୁ ଦେବାକୁ ଦାଉ !
ଏଠେଇ ସେଠେଇ ମତକୁ ରଖିବା
ବେଭାର ନଥିଲା ଜମା
ସେଇ ବାଡ଼ିଖିଆ ବତେଇଥିଲା ଲୋ
ଷଣ୍ଢକୁ ଦେବାକୁ ଚୁମା !
ସଭାକୁ ଗଲେଟି ଆଭାକୁ ଝଟକେ
ପ୍ରଶଂସା ମିଳିବ ବେଶୀ
ସେଇ ବାଡ଼ିଖିଆ ବତେଇଥିଲା ଲୋ
ନିନ୍ଦାକୁ ହଉଚି ଦୋଷୀ !
ଦଳକୁ କୁଳେଇ ବଳକୁ କଷୁଚି
ପଛରୁ ଖସିଲେ ସବୁ
ସେଇ ବାଡ଼ିଖିଆ ବତେଇଥିଲା ଲୋ
ପଛକୁ ସଭିଏଁ ଥିବୁ !
