STORYMIRROR

Narayan chandra Senapati

Others

4  

Narayan chandra Senapati

Others

ସେଦିନ ଗାଁ ର ଗାଧୁଆ

ସେଦିନ ଗାଁ ର ଗାଧୁଆ

1 min
222


ପୁରୁଣା ସ୍ମୃତିର ଚିହ୍ନା ପୃଷ୍ଠା ସବୁ

ଯେବେ ମୁଁ ଦିଏ ଛିଣ୍ଡେଇ,

ମୋ ଗାଁ ମାଟିର ଭିଜା ଭିଜା ବାସ୍ନା

ଦିଏ ହୃଦୟ ଥରେଇ।


ପ୍ରତିଟି ଖେଳରେ କଳା କାରିଗରୀ

ରହିଥିଲା ଭର୍ତ୍ତି ହୋଇ

କାମରେ ବିଜ୍ଞାନ, ଭୋଗରେ ସପନ

ଆଶାରେ ବର୍ଷା ତୁହାଇ।


ସେ ସବୁ ପୋଥିରୁ ଗାଁରେ ଗାଧୁଆ

ଆଣେ ଅପୂର୍ବ ପୁଲକ

ଭିଯାଏ ହଜାଏ ଅମୃତ ଜଳରେ

ତୋଳାଏ ହୃଦେ ଚମକ।


ପିଲାବେଳେ ଯେବେ ସାଥୀମେଳେ ଯାଏ

ନଦୀ ପୋଖରୀ ତୁଠକୁ

ଗାଧୁଆ ନାମରେ ଡିଆଁ କୁଦା ମାଡ଼େ

ଥରାଉ ସ୍ଥିର ଜଳକୁ।


ଖରାଦିନେ ଯେବେ ସଥିହୋଇ ପଶୁ

ଝରଣାର ସ୍ନିଗ୍ଧ ଜଳେ

ଜଳ ଛିଟା ଛିଟି ଗାଧୁଆର ମଜା

ହସୁଥାଏ ଅନ୍ତରାଳେ


ଫିଙ୍ଗେ କିଏ ଧରି ନଡ଼ିଆ ସଡେଇ

କେ ଫିଙ୍ଗେ ମାଟି ପାତ୍ରରେ

ଭାରି ମଜାଲାଗେ ଉନ୍ମାଦ ସିନାନ

(ଯେବେ) ଶରୀର ଭିଜେ ଜଳରେ।


ଆଜିର ସିନାନ କୃତ୍ରିମ ଢଙ୍ଗରେ

ରୁଦ୍ଧ ଦ୍ୱାରେ ଲୁଚି ବସି

ଅବା ନିୟନ୍ତ୍ରଣେ କେ ଢାଳେ ଶରୀରେ

ହିସାବରେ ସଞ୍ଚି ସଞ୍ଚି।


ଗାଧୁଆର ଯେତେ ଜଳ ବ୍ୟବହାର

ଏବେ ଦେହ ପାଏନାହିଁ

ଶୁଷ୍କ ଦେହେ ମନ ଅଶାନ୍ତ ଝଡରେ

ନିରାଶା ପୁଷ୍ପ ତୋଳଇ ।


କୁଆଡେ ଗଲୁରେ ସେଦିନ ସିନାନ

ପ୍ରାକୃତିକ ଜଳାଶୟ

ଆ' ମୋ ଧରାକୁ, ବାଣ୍ଟିଦେ ଆନନ୍ଦ

 କରିଦେ ମନ ଅଥୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍