STORYMIRROR

Mrunmayee Behera

Others

3  

Mrunmayee Behera

Others

ସେବା

ସେବା

1 min
124


ସ୍ରଷ୍ଟାଙ୍କ ସୃଷ୍ଟିର ଅଦ୍ଭୁତ କୃତି

ମାନବ ଜନମେ ପଶୁତ୍ବ ମୁକ୍ତି ।


ହୃଦୟେ ଧାରଣ ଦୟାର ପାତ୍ର,

ଶ୍ରଦ୍ଧାରେ, ସ୍ନେହରେ ମନ ପବିତ୍ର ।


ସେବାର ମହତ୍ଵ ଜାଣେ ମନୁଷ୍ୟ,

ହେବ ନାହିଁ ନର ଇନ୍ଦ୍ରିୟ ଦାସ୍ୟ ।


ସେବା ହିଁ ଜୀବର ପରମ ଧର୍ମ,

ସେବା କରି ମିଳେ ଖୁସି ଅସୀମ ।


ପିତା ମାତା ସେବା ଭାଗ୍ୟରୁ ମିଳେ,

ସ୍ଵର୍ଗ ସୁଖ ତୁଛ ତାଙ୍କ ଚରଣ ତଳେ ।


ଗୁରୁ,ଗୁରୁଜନ ସେବା ଦିଏ ଆନନ୍ଦ,

ସେବାରେ ତୃପ୍ତି ଶ୍ରୀ ଆଦିକନ୍ଦ ।




Rate this content
Log in