STORYMIRROR

Niranjan Mishra

Others

3  

Niranjan Mishra

Others

ସେବା

ସେବା

1 min
111


ସେବା ବଳେ ହୋଇପାରେ ଅସାଧ୍ୟ ସାଧନ ।

ତୃପ୍ତି ଲଭନ୍ତି ସେବାରେ ଦେବ ଗୁରୁ ଜନ।


ଦୁଇଟି ଅକ୍ଷର ସେବା ଓଲଟାଇ ଦେଲେ ।

ବାସେ ମହମହ ତାହା କେହି ସେବା କଲେ।


ଭଗବାନ ବିଦ୍ୟମାନ ସକଳ ଘଟରେ।

ସଭିଙ୍କ ହିତ ପାଇଁକି ନିରହଂକାରରେ ।


କାୟା ମନ ବାକ୍ୟରେ ଯେ ଉଦ୍ୟମ କରଇ।

ଏହା ଭଗବାନଙ୍କର ସେବା ବୋଲି କହି।


ସନ୍ଥଙ୍କର ସେବା ସିନା ମୁକତିର ଦ୍ବାର।

ସନ୍ଥଙ୍କର ସେବା କରି ମୁକ୍ତି ପାଏ ନର।


ଶମ ଦମ ଆଜ୍ଞାକାରୀ ସେବକ ଭାବରେ ।

ହାତ ଯୋଡି ରହିଥାନ୍ତି ଭକତଙ୍କ ଦ୍ବାରେ ।


ଋଦ୍ଧି ସିଦ୍ଧି ଦାସୀ ହୋଇ ଗୃହ କର୍ମେ ଲିପ୍ତ ।

ବିବେକ ହିଁ ଟହଲିଆ ହୋଇ ରହେ ବ୍ୟସ୍ତ ।


ଚତୁର୍ବର୍ଗ ମୁକ୍ତି ପାଣି ଭକତର ଘରେ ।

ଭରନ୍ତି କଳସେ ଆଣି ଆନନ୍ଦ ମନରେ।


ଭକତ ନିବାସେ ହରି ଲକ୍ଷ୍ମୀଙ୍କ ସଙ୍ଗତେ ।

ଭକତର ସେବା ପାଇଁ ଥାନ୍ତି ଅବିରତେ।


ମୁକ୍ତି ହରି ଲକ୍ଷ୍ମୀ ଯହିଁ କରିଥାନ୍ତି ସେବା।

ଆନ କାହା କଥା କୁହ କାହିଁକି କହିବା ?


ହରି ଗୁରୁ ସନ୍ଥ ସର୍ବ ଜୀବ ସେବା କର ।

ସେବା ଫଳେ ଏ ସଂସାରୁ ହୋଇବ ଉଦ୍ଧାର ।



Rate this content
Log in