STORYMIRROR

Niranjan Mishra

Others

4  

Niranjan Mishra

Others

ସେବା

ସେବା

1 min
374


ମାନବ ହୃଦରେ ହରିଙ୍କ ନିବାସ

ନାହିଁ ଏଥିରେ ସନ୍ଦେହ ।

ଗୀତାରେ ଶ୍ରୀକୃଷ୍ଣ ପାର୍ଥଙ୍କୁ କହିଲେ

ମୁଁ ବସେ ସର୍ବ ହୃଦୟ ।୧।


ମାନବ ଦେହରେ ଦିବ୍ୟ ଜ୍ଞାନ ଦେଖି

ସନ୍ତୋଷ ହୁଅନ୍ତି ହରି।

ବହୁ ପରକାର କା ନେଇଅଛି

ନର ନରତନୁ ଧରି ।୨।


କେତେ ପରକାର କା କେ ନେଇଛି

ସେ କଥା ଜାଣିଛି ସିଏ।

ମାତା ପିତା ବନ୍ଧୁ ସଖା ସହୋଦର

ଭାଇ ଭଉଣୀ ବି କିଏ ।୩।


ପୁଅ ଝିଅ ଆଉ ପୁତୁରା ଝିଆରୀ

କା ବା କିଏ ନେଇଛି ।

ସ୍ୱାମୀ ସ୍ତିରୀ ଅବା ଗୁରୁ ଶିଷ୍ୟ

କିଏ କାହିଁ ନେଇଅଛି।୪।


ଓକିଲ ଡାକ୍ତର ଇଞ୍ଜିନିୟର ବା

କିରାଣୀ କା ନେଇଛ।

ଶିକ୍ଷକ ଶିକ୍ଷୟିତ୍ରୀର କା କେବେ

ତୁମେ ଅବା ନିଭାଉଛ।୫।


ଯିଏ ଯେଉଁ କା ନେଇଅଛେ ଆମେ

ନିଭାଇଲେ ଯତନରେ।

ମାନବର ସେବା ହୋଇଯିବ ତାହା

ସର୍ବେ ରହିବେ ଖୁସିରେ।୬।


ଆତ୍ମକୃପା ପ୍ରାପ୍ତି ହୋଇବ ଆମକୁ

ମାଧବଙ୍କ ସେବା ଏହି ।

ପ୍ରଭୁକୃପା ଲାଭ ହୋଇବ ଆମର

ସୁଖର ଭଣ୍ଡାର ପାଇ।୭।


ବିଶ୍ୱ ସେବା ହେଲା ମନ ବାଣୀ

କର୍ମରୁ ଖରାପ କର ଦୂର।

ସମାଜର ସେବା ଶକ୍ତି ଅନୁସାରେ

ଯଥାଶକ୍ତି ଭଲ କର।୮।


ଆତ୍ମ ସେବା ହେଲା ତ୍ୟାଗ କରିଦିଅ

ଫଳ ଭଲ କରମର।

ପ୍ରଭୁ ସେବା ହେଲା ସ୍ମୃତି ପ୍ରେମ ଜାଗୁ

ପ୍ରଭୁଙ୍କୁ ମାନି ନିଜର।୯।


ମନୁଷ୍ୟ ଏପରି ନିଜ ସେବା କରି

ସମାଜର ସେବା କରି ।

ବିଶ୍ୱ ସେବା କରି ବିଶ୍ବେଶ୍ୱରଙ୍କର

ସେବାକୁ ପାରିବ କରି।୧୦।


ମାନବ ଜୀବନ ସାର୍ଥକ ହୋଇବ

ମାନବର ସେବା କରି।

ମାନବର ସେବା ମାଧବଙ୍କ ସେବା

ସନ୍ତୋଷ ହୋଇବେ ହରି।୧୧।


ଭଗବାନ ନିଜେ ଭକତଙ୍କ ସେବା

କରିଥାଆନ୍ତି ହାତରେ।

ଶାସ୍ତ୍ର ପୁରାଣରେ ରହିଛି ଏ କଥା

ହେଜ ଟିକିଏ ମନରେ। ୧୨।


Rate this content
Log in