STORYMIRROR

Balaram Barik

Others

3  

Balaram Barik

Others

ସେ ତ ଭକତ ଭାବରେ ବନ୍ଧା

ସେ ତ ଭକତ ଭାବରେ ବନ୍ଧା

1 min
334


ଦାସିଆ ହାତରୁ ନଡ଼ିଆ ନେଲୁ।

ବିଦୁର ଘରେ ଶାଗ ଭଜା ଖାଇଲୁ।

ତୁ ଏମିତିକା ଦିଅଁ ,

ଭରି ଦେଉ  ସଦା ହଁ,

ଭକତ ପାଇଁ ତୁ ବାନା ଉଡାଇଲୁ।


ବଳରାମ ଡାକିଲା ରଥ ରଖିଲୁ।

ବନ୍ଧୁ ମହାନ୍ତିକୁ ଭୋଗ ଖୁଆଇ ଦେଲୁ।

ତୁ ଭକତର ବନ୍ଧୁ,

ଅଟୁ କୃପାସିନ୍ଧୁ,

ଚକ୍ର ପେସି ଗଜ ଉଧାରିଲୁ ।


ଯବନ ସାଲବେଗ ଡାକ ଶୁଣିଲୁ।

ସଵରୀ ଅଇଁଠା ଆନନ୍ଦରେ ଭୁଞ୍ଜିଲୁ।

ତୁ ଜଗତ ଠାକୁର

ନାହିଁ ବାଛ ବିଚାର 

ବଡ଼ ଦାଣ୍ଡେ ସଭିଙ୍କୁ ଦରଶନ ଦେଲୁ।




Rate this content
Log in