STORYMIRROR

pratap nayak

Others

2  

pratap nayak

Others

ସେ ସ୍ୱୟଂ ଜଗନ୍ନାଥ

ସେ ସ୍ୱୟଂ ଜଗନ୍ନାଥ

1 min
14K


ବସୁଧୈବ କୁଟୁମ୍ବକମରେ

ଗଢା ଯା ଶରୀର......

ହେଉ ବାଙ୍କି ମୂହାଣର ନୀଳମାଧବ

ଅବା ମହୋଦଧିର ଦାରୁବ୍ରହ୍ମ

ସବର ଜାରାର ଅବଶିଷ୍ଠାଂସ.....

ହଜାରଫୁଟ ଶ୍ରୀମନ୍ଦିରରେ

ଈନ୍ଦ୍ରଦ୍ୟୁମ୍ନ ଗାଲମାଧବ

ବ୍ରହ୍ମାରେ ଆଣନ୍ତୁ

କି ଏବେକା ଶ୍ରୀମନ୍ଦିରରେ ଅନଙ୍ଗ.......

ମାଉସୀମା ଗଢୋଉ କି ବିଶ୍ୱକର୍ମା ଗଢୁ......

ଜନ୍ମବେଦୀରେ ଫିଟୁ କବାଟ ହେଉ ଅଧାଗଢା

ଅବା ଅଧାଗଢାରେ ସେ ଖୁସି ......

ଦର୍ଶନକରୁ ଭକ୍ତ ରତ୍ନସିଂହାସନେ

ପରନ୍ତୁ ଜବନ ଦେଖୁ ଶ୍ରୀ ନନ୍ଦିଘୋଷରେ......

ଦାସିଆର ଭକ୍ତି ହେଉ

କି ଠାକୁରରାଜାଙ୍କ ଛେରାପ୍ରହରା......

ସାଲବେଗ ଜଣାଣ କି ଚୈତନ୍ୟର କୀର୍ତ୍ତନ....

ବାଲିରଥ ଦାସବଳିଆର

ବା ଦାସଜଗନ୍ନାଥର ଭାଗବତ ପଂକ୍ତି.....

କୁଷ୍ଠରୋଗିର ତା ଦୁଆର ଭିଖ୍ୟାରେ

କି ତା ଅବଢା ଟଂକତୋରାଣୀ ସରପୁଳିରେ....

ଜଗତେ ଅଟଇ ବଡ,ହେଉ ଦେଉଳ ,

ଦାଣ୍ଡ ଅବା ଭୋଗ କି ନୀଳଚକ୍ର କିବା ପତିତପାବନ....

ଥାଉ ତାର ଆନନ୍ଦ ବଜାର କି କୋଇଲି ବୈକୁଣ୍ଠ...

ବସି ତୁଳସି ଦୟଣା ଲମ୍ବୋଉ ଅବା

ଗୀତ ଗୋବିନ୍ଦଶୁଣିବା ବାହୀନାରେ ପିତାମ୍ବରୀ ଚିରୁ

ଓଡିଆର ହେଉ ଅବା ସଭିଂକର ହେଉ .....

କରୁ ପଛେ ବାରମାସେ ତେର ଯାତ......

ସେ କିଏକି......ଆରେ

ଚକା ଚକା ଆଖି ଯାର,ଯାହାର ରଙ୍ଗ ଅଧର

ସେ ସ୍ୱୟଂ ଜଗନ୍ନାଥ

ସେ ଆମ ଜଗନ୍ନାଥ


ପ୍ରତାପ ନାୟକ

୭୦୦୮୦୫୪୨୮୨


Rate this content
Log in