STORYMIRROR

Pranati Mahapatra

Others

4.3  

Pranati Mahapatra

Others

ସେ ନାରୀ

ସେ ନାରୀ

1 min
849





ଆବହମାନ କାଳରୁ ସେ ଗୋଟିଏ

କଳକଳ ନାଦରେ ବହିଯାଉଥିବା

ଶୁଶୀତଳ,ସ୍ଵଛ, ତୃପ୍ତି ଭରା

ଜଳବିନ୍ଦୁର ଧାରାଟିଏ।

ପ୍ରେମ,ସ୍ନେହ,ଶ୍ରଦ୍ଧାରେ ଭରପୁର ଥିବା

ସୁନ୍ଦର ଫଳଭରା ପାତ୍ରଟିଏ।

ଅକୁଣ୍ଠିତ ଚିତ୍ତରେ ଜନସମାଜକୁ

ଦାନ କରୁଥିବା

ମମତବୋଳା ସମୀରଟିଏ।

ବିନା ଆଶା ରଖୁଥିବା, ସାରାଜୀବନ,

ସେବା କରୁଥିବା,

ନିସ୍ଵାର୍ଥପର ବୃକ୍ଷ ଟିଏ।

ସେ ନାରୀ ...

ନ ଅରି ସେ ନାରୀ।

କନ୍ୟା ରୂପେ ପିତା ମାତା, ଭ୍ରାତା ର

ମନକୁ ତୋଷ କରୁଥାଏ

ଦୁହିତା

ଦୁଇକୂଳର ହିତା ନ୍ୟାୟରେ ।

ମଙ୍ଗଳ କାମନା ପାଇଁ,

କୂଳବଧୁର ମାନ୍ୟତା ନେଇ

ସନ୍ତୋଷ କରେ,

ସପରିବାରରେ ଥିବା ଦେବାଦେବୀଙ୍କୁ

ନିଷ୍କପଟ ମନ,ନିଷ୍ଠାପର ଭାବରେ।

ହୃଦୟରେ ଆବିଳତା ନ ଥାଏ,

ସେଥିପାଇଁ ସେ ନାରୀ।

ନାରୀ ରୂପେ ନାରାୟଣୀ।


ପ୍ରଣତି ମହାପାତ୍ର

ବାଲେଶ୍ଵର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍