STORYMIRROR

Papu parida

Children Stories Others Children

4  

Papu parida

Children Stories Others Children

ସେ ମତେ ମୋଠୁଁ ବେସି ଭଲ ପାଆନ୍ତି

ସେ ମତେ ମୋଠୁଁ ବେସି ଭଲ ପାଆନ୍ତି

1 min
236

ବଧେ ସେ ମତେ ମୋ ଠୁଁ ବେସି ଭଲ ପାଆନ୍ତି।


ମାଆ ସିନା ଅଟେ ମୋ ପାଇଁ ପୃଥିବୀ 

ସେ ପୃଥିବୀର ବାସୁକୀ ସାଜନ୍ତି।

ବଧେ ସେ ମତେ ମୋ ଠୁଁ ବେସି ଭଲ ପାଆନ୍ତି।


ମାଆ ସିନା ଦିଏ ଜନମ ଆମକୁ

ସେ ହାତ ଧରି ଚାଲି ଶିଖାନ୍ତି।

ବଧେ ସେ ମତେ ମୋ ଠୁଁ ବେସି ଭଲ ପାଆନ୍ତି।


କୁଟାକୁ ଦିଖଣ୍ଡ କରିବା ମୋ ଲାଗି କଷ୍ଟ

ସେ ଦିନ ରାତି କିପରି ଖଟନ୍ତି।

ବଧେ ସେ ମତେ ମୋ ଠୁଁ ବେସି ଭଲ ପାଆନ୍ତି।


ମାଆ ସିନା ଖୁଆଏ ହାତରେ ତାହାର

ସେ ଆମେ ଖାଇଲାବେଳେ ଘୋଡା ସାଜନ୍ତି।

ବଧେ ସେ ମତେ ମୋ ଠୁଁ ବେସି ଭଲ ପାଆନ୍ତି।


କେବେ ଯେ ଖେଳଣା ମୋବାଇଲ ରିଚାର୍ଜ

ଖାଲି ଥରେ କହୁ କହୁ କରନ୍ତି।

ବଧେ ସେ ମତେ ମୋ ଠୁଁ ବେସି ଭଲ ପାଆନ୍ତି।


ପିଲାଟି ଦିନରୁ କଠୋର ଶାସନ

ସେ ମାଡ଼ ଗାଳି କାହିଁ ଦିଅନ୍ତି।

ବଧେ ସେ ମତେ ମୋ ଠୁଁ ବେସି ଭଲ ପାଆନ୍ତି।


ନୂଆ ଜାମାପଟା ଆସେ ମୋ ଲାଗି

ସେ ପୁରୁଣା ସାର୍ଟ ପିନ୍ଧନ୍ତି।

ବଧେ ସେ ମତେ ମୋ ଠୁଁ ବେସି ଭଲ ପାଆନ୍ତି।


ମୋ ମୁହଁରେ ଖୁସି ଦେଖିଦେଲେ ଥରେ

ସେ ବିନା କାରଣରେ ହସନ୍ତି।

ବଧେ ସେ ମତେ ମୋ ଠୁଁ ବେସି ଭଲ ପାଆନ୍ତି।


ମା କହି ଦିଏ କେତେ ଭଲ ପାଏ

ସେ କାହିଁକି କେବେ ନ କୁହନ୍ତି

ବଧେ ସେ ମତେ ମୋ ଠୁଁ ବେସି ଭଲ ପାଆନ୍ତି।


ଜୀବନେ ବୁହନ୍ତି ଦୁଖଃର ଟୋକେଇ

ସେ ମୋ ସୁଖର କାମନା କରନ୍ତି।

ବଧେ ସେ ମତେ ମୋ ଠୁଁ ବେସି ଭଲ ପାଆନ୍ତି।


ପରିଣତ ବୟସେ ନ ହେବା ଲାଗି କଣ୍ଟା 

ଯେତେ ନିର୍ଯାତନା ଦେଲେ ସହନ୍ତି।

ବଧେ ସେ ମତେ ମୋ ଠୁଁ ବେସି ଭଲ ପାଆନ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍