STORYMIRROR

ମହାଗାଲୁଆ ସନୁ

Others

4  

ମହାଗାଲୁଆ ସନୁ

Others

ସେ କଲମ

ସେ କଲମ

1 min
376

 ଅନେକ ସମୟରେ ହୃଦୟର ନିବୃତ କନ୍ଦରେ ,

 ଉଙ୍କି ମାରେ ଗୋଟେ ଇଚ୍ଛା,

ଲେଖିବାକୁ ଚିଠି ଟିଏ ପ୍ରିୟାର ପାଖକୁ,

  ସେଇ କଲମରେ ସେଇ ସ୍ୟାହିରେ ।। 


ସେ ଝର କଲମ ଆଜିବି ସେମିତି ଅଛି,

 ସେ ଶିଶିବି ସେମିତି ଥୁଆ ହୋଇଛି ,

 କିନ୍ତୁ ଲେଖିବାର ଅଭିପ୍ରାୟ ଆଉ ନାହିଁ,

 ସେ ପ୍ରିୟା ଆଉ କାହା ସିନ୍ଦୁର ମଥାରେ ନାଇଛି ।। 


ଭଲ ପାଇବାର ସେ ଦୁଇ ଉପହାର,

ଆଜିବି ଠିକ ତାଜା ଲାଗେ,

ହାତ ଠାରି ମୋତେ କୁହ ଆପଣେଇ ନେବାକୁ,

ପୁଣି ଥରେ ଚିଠିଟେ ଲେଖିବାକୁ ପ୍ରେମର ।। 


ହୁଏତ ଆଜି ବି ଅସହଜ ଲାଗେ ସେଇ କଲମ ଦେଖିଲେ,

ହାତ ଚାଲିଯାଏ ଦୂରକୁ ବହୁ ଦୂରକୁ

କାଳେ ପୁଣି ଲେଖିଦେବି ସେ ଅକୁହା କଥା,

ତାକୁ ପୁଣି ଭଲ ପାଇଯିବି ଆଉ ଥରେ ଚିଠି ଲେଖିଲେ।।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍